Tahasildar Blocked
ମଝି ରାସ୍ତାରେ ତହସିଲଦାରଙ୍କୁ ଘେରିଲେ ଲୋକେ । ଯୁବକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗରେ ଗଞ୍ଜାମ ତହସିଲଦାର ଅରୁଣ ନାୟକଙ୍କୁ ଗାଁ ଲୋକେ ଘେରିଥିବାର ଦେଖିବାକୁ ମିଳିଛି । ଆଜି ଗଞ୍ଜାମ ସିପକୁଦାକୁ ତହସିଲଦାର ଅରୁଣ କୁମାର ନାୟକ ଗସ୍ତକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗାଡି ଦ୍ରୁତ ଗତିରେ ଥିବା ଅଭିଯୋଗ କରି ଜଣେ ଯୁବକ ପ୍ରତିବାଦ କରିଥିଲା । ଏଥିରେ ତହସିଲଦାର ଉତକ୍ଷୀପ୍ତ ହୋଇ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।
ଏହି ଘଟଣାକୁ ନେଇ ତହସିଲଦାର ଗାଡ଼ିକୁ ଅଟକ ରଖି ବେଶ କିଛି ସମୟ ଯାଏଁ ଯୁକ୍ତିତର୍କ କରିଥିଲେ ସ୍ଥାନୀୟଲୋକେ । ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତହସିଲଦାର । କିଛି ମଦ୍ୟପ ଏଭଳି କାଣ୍ଡ ଭିଆଇଛନ୍ତି, ଏସମ୍ପର୍କରେ ଥାନାରେ ଏତଲା ଦିଆଯିବ ବୋଲି ତହସିଲଦାର ଅରୁଣ ନାୟକ କହିଛନ୍ତି ।
ଖବର ପାଇଁ ସିପକୁଦାରେ ପହଞ୍ଚିଥିଲା ରମ୍ଭା ଥାନା ପୁଲିସ୍। ଗାଁ ଲୋକଙ୍କୁ ପୁଲିସ୍ ବୁଝାସୁଝା କରିବା ପରେ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୂରି ବୁଲୁଛି।
ପୂର୍ବରୁ ଅର୍ଥାତ ୨୦୨୧ ମସିହାରେ ଏକ ପେଟ୍ରୋଲ ପମ୍ପରେ ଜଣେ ଯୁବକଙ୍କୁ ତହସିଲଦାର ଉଠ୍ବସ କରାଇଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା। ଏହା ପରେ ପୁଣିଥରେ ତହସିଲଦାର ଚର୍ଚ୍ଚାକୁ ଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649858362.jpg)