Advertisment

ଶୀତରେ ଗାଧୋଇବା କଷ୍ଟ ହେଉଛି କି; ଆପଣାନ୍ତୁ ଏହି ନିଆରା ଉପାୟ

ଶୀତରେ ଗାଧୋଇବାକୁ କିଏ ବା ଭଲପାଏ। କେହି କେହି ଦିନ ଦିନ ଧରି ଗାଧୋଉ ନଥିବା ବେଳେ କେତେକ ଖାଲି ପାଣି ଛିଞ୍ଚି ହୋଇପଡନ୍ତି। କିନ୍ତୁ ବ୍ୟକ୍ତି ଶୀତରେ ଆରାମରେ ଗାଧୋଇବା ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି।

ଅଦ୍ୟତନ ହୋଇଛି
Funny viral video of man bathing

Funny viral video of man bathing

Advertisment

ଶୀତଦିନେ ସବୁଠାରୁ କଷ୍ଟକର କାମ ହେଲା ଗାଧୋଇବା। ଗାଧୋଇବା କଥା ତ ଛାଡ ଏ ବିଷୟରେ ଚିନ୍ତା କଲେ ହିଁ ଶୀତ ବଢିଯାଏ। ଏହି କାରଣରୁ କିଛି ଲୋକ ଅନେକ ଦିନ ଧରି ଗାଧାନ୍ତି ନାହିଁ ମଧ୍ୟ। କିଛି ଲୋକ ତ ଦେହରେ କେବଳ ପାଣି ଛିଞ୍ଚାଡି ଦେଇ କାମ ସାରିଦିଅନ୍ତି। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ମଜାଳିଆ ଗାଧୁଆ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Advertisment

ଘର ଭିତରେ ବାଥ୍‌ରୁମ୍‌ରେ ଗାଧୋଇଲେ ଚଳିଯାଇପାରେ। କିନ୍ତୁ ଯଦି ଖୋଲା ପୋଖରୀ କିମ୍ବା ନଦୀରେ ଗାଧୋଇବାକୁ ପଡେ, ତେବେ ଅସୁବିଧା ବଢିଯାଏ। ବରଫ ଭଳି ଥଣ୍ଡା ପାଣି ଦେହ ଉପରେ ପଡ଼ିବା ମାତ୍ରେ ଅସ୍ଥିର କରିପକାଏ। ତେବେ ଜଣେ ବ୍ୟକ୍ତି ଖୋଲା ସ୍ଥାନରେ ଏକ ପୋଖରୀରେ ଗାଧଉଥିବା ବେଳେ ଅତ୍ୟଧିକ ଥଣ୍ଡାରୁ ନିଜକୁ ରକ୍ଷା କରିବା ନେଇ ଏକ ଅଦ୍ଭୁଦ ଉପାୟ ବାହାର କରିଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି ମଜାଳିଆ ସ୍ନାନକୁ ନିଶ୍ଚୟ ଦେଖିବେ।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନଦୀ ଏକ ପୋଖରୀରେ ଗାଧଉଥିବା ଦେଖାଯାଆନ୍ତି। ଖୁବ୍ ଜୋର୍‌ରେ ଶୀତ ହେଉଥିବାରୁ ଏହାକୁ ଏଡେଇବା ପାଇଁ ସେ ଏକ କଡେଇ ବା ତସଲାରେ କିଛି ଜାଳେଣି ରଖି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ପୋଖରୀର ପାଣିରେ ତସଲାଟି ତାଙ୍କ ସାମ୍ନାରେ ଭାସୁଛି। ବ୍ୟକ୍ତି ଜଣକ ନିଆଁରୁ ଗରମ ନେଉଥିବା ବେଳେ ଗାଧୋଉଥିବା ଦେଖାଯାଏ। ସେ ଯେତେଥର ପାଣିରେ ବୁଡ଼ ମାରି ବାହାରକୁ ଆସୁଛନ୍ତି ସେତେଥର ସେ ନିଆଁରେ ନିଜକୁ ଗରମ କରୁଛନ୍ତି। ଥଣ୍ଡା ପାଣିରେ ସେ ଥରିଯାଉଥିବା ବେଳେ ହାତ ଓ ଦେହକୁ ନିଆଁରେ ସେକି ଆରାମ ନେଉଥିବା ଦେଖାଯାଏ। ଏହି ବ୍ୟକ୍ତିଙ୍କର ଏଭଳି ଉପାୟ ଦେଖି ଆପଣ ନିଶ୍ଚିତ ଭାବରେ ହସିବେ।

Advertisment

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ୍ ଶର୍ମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଶେୟାର କରିଛନ୍ତି। ସେ ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ 'ମେରା ଭାରତ ମହାନ ... ପ୍ରତିଜ୍ଞାକାରୀ ଭାରତ'। ଭିଡିଓରେ ମଧ୍ୟ ଏକ କ୍ୟାପ୍‌ସନ୍‌ ଲେଖାଯାଇଛି ଯେ ଭାରତରେ ଏତେ ପ୍ରତିଜ୍ଞାକାରୀ ଲୋକ କାହିଁକି ଜନ୍ମ ହୁଅନ୍ତି?

Advertisment

ମାତ୍ର ୧୫ ସେକେଣ୍ଡର ଏହି ଭିଡିଓ ଖବର ଲେଖାହେବା ବେଳକୁ ୫ ହଜାରରୁ ଅଧିକ ଭିୟୁ ପାଇସାରିଥିଲା। ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଲୋକମାନେ ଏହି ମଜାଳିଆ ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଦେଉଥିବା ବେଳେ ଜଣେ ଲେଖିଛନ୍ତି ଯେ ଅଖଣ୍ଡ ଜ୍ଞାନୀ। ସେହିପରି ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ “ଜୁଗାଡରେ କେହି ବି ଭାରତୀୟଙ୍କୁ ପରାସ୍ତ କରିପାରିବେ ନାହିଁ।”

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ