Advertisment

ଥାନାକୁ ଗଲେ ଅନୁଭବ, ଫେକ୍‌ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ଠକ

କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।

ଅଦ୍ୟତନ ହୋଇଛି
Fraudster uses fake Instagram account of Anubhav Mohanty to seek money, actor files complaint

Fraudster uses fake Instagram account of Anubhav Mohanty to seek money, actor files complaint

Advertisment

ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ସାଂସଦ ଅନୁଭବ ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଅନୁଭବ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଗୋଟିଏ ଫେକ୍ ଆକାଉଣ୍ଟ ଖୋଲାଯାଇ ଲୋକମାନଙ୍କୁ ଡୋନେସନ ମଗାଯାଉଥିବା ନଜରକୁ ଆସିଥିବା ନେଇ ଅନୁଭବ ଏତଲାରେ ଉଲ୍ଲେଖ କରିଛନ୍ତି।

Advertisment

ଅନୁଭବ କହିଛନ୍ତି ଯେ, କେହି ଜଣେ ତାଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି। ଏଥିରେ ୧ ଲକ୍ଷ ୯୪ ହଜାର ଫଲୋର୍ସ ଅଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି। ଏପରିକି ତାଙ୍କୁ ବ୍ଲକ୍‌ କରିଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁନଥିବା ଅନୁଭବ ଏତଲାରେ ‌ଉଲ୍ଲେଖ କରିଛନ୍ତି। ଫେସ୍‌ବୁକ୍‌ରେ ମଧ୍ୟ ସମାନ ଭାବେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ଅନୁଭବ କହିଛନ୍ତି। ତେଣୁ ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରିବା ଲାଗି ଅନୁଭବ ନିବେଦନ କରିଛନ୍ତି। 

ସୂଚନାଥାଉ କି, ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଶୁଣାଣି କରି ମାସେ ଭିତରେ ଘର ଛାଡିବାକୁ ଅଗଷ୍ଟ ୩୦ରେ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅକ୍ଟୋବରରେ ବର୍ଷା ଶାଶୁ ଘର ଛାଡ଼ିଥିଲେ। ସେପଟେ ପୋଲିସ୍‌ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଥିଲେ।କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। 

Advertisment
Anubhav Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ