Fraud in the sale of government housing
କଟକର ଅନ୍ଦରପୁରରେ ସରକାରୀ ଘର ବିକ୍ରି ଅଭିଯୋଗରେ ବନ୍ଧା ହେଲେ ବିଜେଡି ନେତା ରାଜା କରଣ। ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର୍ଙ୍କ ସ୍ୱାମୀ ହୋଇ ଏଭଳି କାରନାମା ପରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ବିରୋଧୀ ଦଳ ଶାସକ ଦଳ ନେତାଙ୍କୁ ଟାର୍ଗେଟ୍ କରିଥିବା ବେଳେ ଏଥିରେ ଯିଏ କେହି ଅଭିଯୁକ୍ତ ହୋଇଥାନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ନେତା କହିଛନ୍ତି। ଅନ୍ୟପଟେ ରାଜାକୁ ଆଜି ତା’ର ଘରକୁ ନେଇ ସର୍ଚ୍ଚ କରିବା ବେଳେ ଘରୁ ମିଳିଛି ପାଖାପାଖି ୧୫ ଲକ୍ଷ ଟଙ୍କା। ଏପଟେ ୩ ଦିନିଆ ରିମାଣ୍ଡରେ ରାଜାକୁ ନେବାକୁ ପୋଲିସ୍କୁ ମିଳିଛି ଅନୁମତି।
ସରକାରୀ ଘର ଯୋଗାଇ ଦେବା ନେଇ କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର, ଆଉ କିଏ ପୁଣି ଦେଇଛି ଲକ୍ଷ ଲକ୍ଷ ଟଙ୍କା। ଗରିବ ଲୋକଙ୍କୁ ସରକାରୀ ଘର ଯୋଗାଇ ଦେବାକୁ କହି ଚାଲିଥିଲା ଏଭଳି ଟଙ୍କା ଆଦାୟ। ଶେଷରେ ପୋଲିସର ଅଭିଯୋଗ ପରେ ଗିରଫ ହୋଇଛନ୍ତି କଟକର ବିଜେଡି ନେତା ରାଜା କରଣ। ଇଣ୍ଟିଗ୍ରେଟେଡ୍ ହାଉସିଂ ଡେଭଲପମେଣ୍ଟ ପ୍ରକଳ୍ପ ନାଁରେ ଘର ଦେବା ପାଇଁ ଟଙ୍କା ନେଇ ଚାଲିଥିଲା ରାଜା। ଏଭଳି ଭାବେ ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ରାଜା ଠକିଥିବା ଅଭିଯୋଗ ହୋଇଛି।
ତେବେ ଏଭଳି ଘଟଣା ଜଣାପଡିବା ପରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ସହ ଘରଗୁଡିକ ସିଲ୍ କରାଯାଇଥିଲା। ଗରୀବ ତଥା ଆର୍ଥୀକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଘର ଦେବା ପାଇଁ ୧୯୦ଟି ଫ୍ଲାଟ୍ କରାଯାଇଥିଲ। ସିଏମ୍ସି ୬୬ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଥିବା ବେଳେ ବାକି ଘର ମଧ୍ୟରୁ ୩୦ରୁ ଅଧିକ ଘରକୁ ଜାଲ କାଗଜପତ୍ର ମାଧ୍ୟମରେ ରାଜା ବିକ୍ରି କରୁଥିଲା। ପୋଲିସ ରାଜା ନାଁରେ ୫ଟି ମାମଲା ରୁଜୁ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଆଜି ରାଜାର ଘର ସର୍ଚ୍ଚ ବେଳେ ୧୪ ଲକ୍ଷ ୯୦ହଜାର ଟଙ୍କା ଜବତ କରାଯାଇଛି।
ସେପଟେ ଏହି ଘଟଣାରେ ଶାସକ ଦଳର ପୂର୍ବତନ କର୍ପୋରେଟର୍ ତଥା ବିଜେଡି ନେତାଙ୍କ ସଂପୃକ୍ତି ପରେ ରାଜନୀତି ଜୋର ଧରିଛି। ଏଥିରେ କେବଳ ରାଜା ନୁହେଁ, ସିଏମ୍ସି ଅଫିସର୍ ଓ ବଡ ବଡ ନେତା ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିଛି।
ବିଜେପି ନେତା ନୟନ ମହାନ୍ତି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି। କଂଗ୍ରେସ ମଧ୍ୟ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି। ଅନ୍ୟପଟେ ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି, ଏନେଇ ୪ ମାସ ପୂର୍ବରୁ କମିଶନରଙ୍କୁ ଅବଗତ କରିଥିଲେ, ଯିଏ ଏପ୍ରକାର କାର୍ଯ୍ୟ କରିବ ସେ ଦଣ୍ଡ ପାଇବ।
ଅଭିଯୁକ୍ତ ରାଜାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା’ର ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644072157.jpg)