Advertisment

ଦିନେ ଜାତୀୟ ସ୍ତରରେ ଫୁଟବଲର ଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି

ଜାତୀୟ ସ୍ତରରେ ଫୁଟବଲ ଖେଳାଳୀଙ୍କର ଏବେ ଦୟନୀୟ ସ୍ଥିତି। ହୃଦ୍‌ରୋଗରେ ପୀଡ଼ିତ ଅଛି କୁନି ପୁଅ, ବାରମ୍ବାର ଚାକିରି ଆବେଦନ କରି କରି ସୁଫଳ ନହେବା ପରେ ଏବେ ପର ଦୁଆରେ କାମ କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ

ଅଦ୍ୟତନ ହୋଇଛି
Sujata

Sujata

Advertisment

ଆଳି(ବନମାଳୀ ସାହୁ): ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ ହେଉଛନ୍ତି ସୁଜାତା ମଳିକ। ଯେ ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳାଳୀ ଥିଲେ। ଆଉ ଏବେ ଅନ୍ୟ ଘରେ ମୂଲ ଲାଗି ପେଟ ପୋଷୁଛନ୍ତି। ଅନେକ ଥର ସରକାରୀ ଓ ବେସରକାରୀ ସ୍ତରରେ ଚାକିରି ଆବେଦନ କରିବା ପରେ ବି ମିଳିଲାନାହିଁ ଚାକିରି। କିନ୍ତୁ ହାର୍‌ ମାନିଲେ ନାହିଁ ସୁଜାତା ମଲ୍ଲିକ।

Advertisment

ନିଯୁକ୍ତିର ସୁଯୋଗ ନପାଇବାରୁ ଏବେ ମୂଲ ଲାଗି ପରିବାରର କରୁଛନ୍ତି ପ୍ରତିପୋଷଣ। ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ସେ ଜଣେ ଦକ୍ଷ ଫୁଟବଲ ଖେଳାଳି ଭାବେ ବେଶ ପରିଚିତ। ଜାତୀୟ ଫୁଟବଲ ଚାମ୍ପିୟନସିପରେ ଏକାଧିକ ବାର ଓଡିଶା ଦଳର ପ୍ରତିନିଧିତ୍ୱ କରିଛନ୍ତି ସୁଜାତା। ହେଲେ ନିଯୁକ୍ତି ଅଭାବରୁ ସେ ଏବେ ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି।

ମହିଳା ଫୁଟବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିବା ଆଳି ମିନିଷ୍ଟାଡିୟମରୁ ସୁଜାତା ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ ଫୁଟବଲ ଖେଳ। ଏଇଠୁ ନେଇଥିଲେ ପ୍ରଶିକ୍ଷଣ,ଏହାପରେ ୨୦୦୫ରେ ଯୋଗଦାନ କରିଥିଲେ ଭୁବନେଶ୍ୱର କ୍ରୀଡା ଛାତ୍ରାବାସରେ। ୨୦୦୫ରୁ ୨୦୧୫ ଯାଏ ଦୀର୍ଘ୧୦ ବର୍ଷଧରି ସୁଜାତା ଓଡିଶା ମହିଳା ଫୁଟବଲ ଦଳର ସବ ଜୁନିୟର ଓ ଜୁନିୟର ଦଳରେ ସାମିଲ ହୋଇ ଜାତୀୟ ଚାମ୍ପିୟାନ ସିପରେ ନିଜର କ୍ରୀଡାଦକ୍ଷତା ପ୍ରଦର୍ଶନ କରିଛନ୍ତି। କିନ୍ତୁ ଜାତୀୟ ସ୍ତରରେ ଓଡିଶାର ପ୍ରତିନିଧିତ୍ୱ କରିଥିବା ଏହି ୨୫ ବର୍ଷିୟ ମହିଳା ଫୁଟବଲ ଖେଳାଳି ସୁଜାତା କୌଣସି ସରକାରୀ,ବେସରକାରୀ ସ୍ତରରେ ନିଯୁକ୍ତି ନପାଇ କେତେବେଳେ ସ୍ୱମୀଙ୍କ ସହ ଇଟାଭାଟିରେ ତ କେତେବେଳେ ଚାଷଜମିରେ ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି।

Advertisment

୨୫ବର୍ଷୀୟ ମହିଳା ଫୁଟବଲ ଖେଳାଳି ଏବେ ଦୟନୀୟ ଜୀବନ ବିତାଉଛନ୍ତି। ଏହି ଝାଟି ମାଟି ଚାଳ ଛପର ଘରେ ସ୍ୱାମୀ ବିସ୍ମୟ ଓ ତିନି ବର୍ଷର ଅସୁସ୍ଥ ପୁଅ ତନ୍ମୟ ସହ ରହିଆସୁଛନ୍ତି। ପୁଅ ପାଇଁ ମାସରୁ ୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ବାଧ୍ୟ ହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀ କାମକୁ ଯାଉଛନ୍ତି। ଆଉ ଅଭାବ,ଅନାଟନ ଭିତରୁ ମୁକୁଳିବା ପାଇଁ ଜାତୀୟ ଫୁଟବଲ ଖେଳାଳି ସୁଜାତା ଚଳାଇଛନ୍ତି ସଂଗ୍ରାମ। ତେବେ ଖବର ଜାଣିବା ପରେ ଜିଲ୍ଲାପାଳ କହିଛନ୍ତି ଏନେଇ ପଦକ୍ଷେପ ନେବେ।

Former Odisha Women Football Team Player
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ