Advertisment

ପାଚେରୀ ଡେଇଁ ଛୁ’ ମାରିଲେ ଫରେଷ୍ଟର, ଟେର୍‌ ପାଇଲାନି ପୋଲିସ୍‌

ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗେଟ୍‌ରେ ପୋଲିସ୍‌ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍‌ ପାଇ ନଥିଲା।

Forester Fled Away After Jumping A Wall

Forester Fled Away After Jumping A Wall

Advertisment

ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ନିଲମ୍ବିତ ଫରେଷ୍ଟର ମନୋଜ ଦାସ ଆଠଗଡ଼ DFO ଅଫିସ ଆସିଥିବା ବେଳେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ଏନେଇ ACF ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି। ଗେଟ୍‌ରେ ପୋଲିସ୍‌ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍‌ ପାଇ ନଥିଲା। 

Advertisment

ସୂଚନା ଅନୁସାରେ,  ଗତ ୨ ଓ ୩ ତାରିଖରେ STF ଟିମ୍ ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ୨ଟି ହାତୀ କଙ୍କାଳ ଉଦ୍ଧାର କରିଥିଲେ। ଏନେଇ ବନ ବିଭାଗ ପକ୍ଷରୁ ଫରେଷ୍ଟର ପ୍ରଦୀପ ପରିଡ଼ା ଓ ବିଟ ଗାଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ଘଟଣାରେ ଗୁରୁବାର ଦିନ ବଡମ୍ବା ରେଞ୍ଜ୍‌ର ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରିଙ୍କୁ ନିଲମ୍ବନ କରାଯାଇଥିଲା। 

ହାତୀକୁ ମାରି ପୋତିବା ଘଟଣାରେ ଗତକାଲି ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀକୁ ନିଲମ୍ବିତ କରାଯିବା ସହ  ୬ ଜଣଙ୍କୁ ଗିରଫ କରାଯାଇଥିଲା। ୬ ଜଣକ ମଧ୍ୟରୁ ୩ ଜଣ ହାତୀ ଜଗୁଆଳୀ ଏବଂ ଫରେଷ୍ଟ ଗାର୍ଡ଼ ନରେନ୍ଦ୍ର ଦେହୁରୀ ଅଛନ୍ତି। ଅନ୍ୟପକ୍ଷେ, ଖୁଣ୍ଟୁଣୀ ରେଞ୍ଜରଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ଖରାଦିନେ ଜଙ୍ଗଲରେ ଫାୟାର ଲାଇନରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କ ଉପରେ ପଦକ୍ଷେପ ନିଆଯାଇଥିବା ଆଠଗଡ଼ ଏସିଏଫ ସୂଚନା ଦେଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ