Advertisment

ମଝି ଚିଲିକାରେ ଅଟକିଲା ଭସାପୋଲ

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ।  ଭସାପୋଲରେ ୨ଟି ବସ୍‌, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍‌ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।

Floating bridge vessel stucks in Chilika

Floating bridge vessel stucks in Chilika

Advertisment

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍‌, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍‌ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି। 

Advertisment

ଦୀର୍ଘ ସମୟ ହେଲା ଭସାପୋଲଟି ମହିଁଷା ଗାଁ ନିକଟରେ ଅଟକି ରହିଥିବା ଜଣାପଡ଼ିଛି। ଚିଲିକାରେ ଜଳ ହ୍ରାସ ପାଉ ଥିବାବେଳେ ଭସାପୋଲ ଯାତ୍ରା କରୁଥିବା ସ୍ୱତନ୍ତ୍ର ଚ୍ୟାନେଲ୍ ପୋତି ହୋଇଯିବା କାରଣରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଜଣାପଡ଼ିଛି।

ସୂଚନାଥାଉ କି,  ଗତ ଜାନୁଆରୀ ୨୦ ତାରିଖରେ ଚିଲିକା ମଝିରେ ଭସାପୋଲ ଅଟକିଥିଲା।

Floating Bridge Vessel Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ