କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍‌ରେ ନିଆଁ ଲାଗିବାରୁ ରୁମ୍‌ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି ।

ସେଠାରେ ଥିବା ସୁରକ୍ଷା କର୍ମୀ ଓ ମେଡିକାଲ ଷ୍ଟାଫ ନିଆଁକୁ ଲିଭାଇଛନ୍ତି । ଅଗ୍ନିକାଣ୍ଡ ବେଳେ ଡାଏଲିସିସ କକ୍ଷରେ ୧୧ ଜଣ ରୋଗୀ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୬ ଜଣ ଡାକ୍ତର ଓ ୨୦ରୁ ଅଧିକ କର୍ମଚାରୀ ପହଞ୍ଚି ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଛନ୍ତି ।