Superstition
ଅନ୍ଧବିଶ୍ୱାସର ଭୟାନକ ଦୃଶ୍ୟ । ଜଣେ କୁଷ୍ଠ ରୋଗ ଆକ୍ରାନ୍ତ ମହିଳାଙ୍କୁ ସାହାରା ବଦଳରେ ମିଳୁଛି ହତାଦର । ଯେଉଁ ବୟସରେ ସେ ପୁଅ, ବୋହୁଙ୍କ ଠାରୁ ସେବା ପାଇଥାନ୍ତା, ସେ ବୟସରେ ସେମାନେ ତାଙ୍କୁ ଘରୁ ତଡି ଦେଇଛନ୍ତି । ଗାଁ ଲୋକ ଏଭଳି ଅବସ୍ଥାରେ ଆହା ଟିକିଏ କହିବା ବଦଳରେ ଘରେ ରଖିଲେ ବାସନ୍ଦ କରିବାକୁ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଛନ୍ତି । ତେଣୁ ବାଧ୍ୟହୋଇ ନିରାଶ୍ରୟା ମହିଳାଟି ଖୋଲା ଆକାଶ ତଳେ ରାସ୍ତାରେ ଦିନ କାଟୁଛି ।
ଏଭଳି ଦୟନୀୟ ଘଟଣା ଘଟିଛି କରଞ୍ଜିଆ ଥାନା ଜୋରାସାହିରେ । କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସେହି ଗାଁର ଫୁଲ ହେମ୍ବ୍ରମ୍ ବିକଳାଙ୍ଗ ହୋଇ ପଡିଥିଲେ । ଏହାପରେ ବୈଠକ ଡାକି ଫୁଲଙ୍କୁ ବାହାର କରି ଦେବାକୁ ଗାଁ ଲୋକ ପରିବାର ଲୋକଙ୍କୁ ବାଧ୍ୟ କରିଥିଲେ । ଏପରିକି ନିଆଁପାଣି ବାସନ୍ଦ କରିବା ସହ ସମାଜରେ ଆଉ ମିଶାଇବୁ ନାହିଁ ବୋଲି ଧମକ ଦେଇଥିଲେ ।
ଶେଷରେ ସମାଜକୁ ଡରି ବୃଦ୍ଧା ମହିଳାଙ୍କୁ ତାଙ୍କ ପରିବାର ଲୋକ ମାତ୍ର ହଜାରେ ଟଙ୍କା ଦେଇ ଘରୁ ତଡିଦେଲେ । ଏବେ ନିରାଶ୍ରୟା ମହିଳା ଜଣଙ୍କ ଅତ୍ୟନ୍ତ ଅସହାୟ ଅବସ୍ଥାରେ ବାହାରେ ଦିନ ବିତାଉଛନ୍ତି । ଏନେଇ ଗ୍ରାମବାସୀ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662258453.jpg)