Advertisment

ଭାଙ୍ଗିଲା ପାଚେରି, ମାଡ଼ିଗଲା ଲୁହା ଗୁଣ୍ଡ ପାଣି

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି।

Farmland Submerges In Iron Ore Water

Farmland Submerges In Iron Ore Water

Advertisment

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା କୁକୁଡ଼ା ଫାର୍ମରେ ବ୍ୟବହୃତ କେତେକ ଗାଡ଼ି ମଧ୍ୟ ପାଣିରେ ପୋତି ହୋଇଯାଇଛି। 

Advertisment

ସେହିପରି ସହରାପଡ଼ାରେ ଏକ ପୋଖରୀରେ ମଧ୍ୟ ଲୁହା ପଥର ଗୁଣ୍ଡ ମିଶା ପାଣି ପଶି ଯାଇଥିବାରୁ ପୋଖରୀରେ ଥିବା ମାଛ ମରି ଯାଇଥିବା ଦେଖିବାକୁ ମିଳିଛି। ତେବେ ପାଚେରି ଭୁଶୁଡ଼ିବାର କାରଣ ଜଣାପଡିନାହିଁ।

ଗତକାଲି ରାତିରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବା ସହ ଜଳ ନିଷ୍କାସନ ବନ୍ଦ କରିବାକୁ ଉଦ୍ୟମ କରାଯାଇଥିଲା। ଏନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ପ୍ରଭାବିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯିବ ଏବଂ କ୍ଷତିପୂରଣ ପ୍ରଦାନ କରାଯିବ।

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଲି ତହସିଲଦାର, ଠେଲକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଘଟଣାସ୍ଥଳରେ ଜେସିବି ଜରିଆରେ ପ୍ରଭାବିତ ଅଞ୍ଚଳରୁ କାଦୁଅ ଆସ୍ତରଣ ବାହାର କରାଯାଉଛି। କ୍ଷୟକ୍ଷତିର ଅନୁଧ୍ୟାନ ଚାଲିଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

Farmland Waterlogged JSW Plant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ