Advertisment

ଗାଁ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ କଲେ

ବୃତ୍ତିର ବାଧ୍ୟବାଧକତାରେ ଆମେରିକାରେ ରହୁଛନ୍ତି ସିନା ମନ କିନ୍ତୁ ଗାଁରେ। ଗାଁର ପାଣି ପବନ, ଠାକୁର ମନ୍ଦିର ସବୁ ଯେମିତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆନମନା କରେ। ଆଉ ଏଇ ନିକଟରେ ସେ ତା’ର ବଡ଼ ପ୍ରମାଣ ଦେଇଛନ୍ତି।

 Famous Dr Bhaskar Nayak Donated Rs 1 Crore

Famous Dr Bhaskar Nayak Donated Rs 1 Crore

Advertisment

ବୃତ୍ତିର ବାଧ୍ୟବାଧକତାରେ ଆମେରିକାରେ ରହୁଛନ୍ତି ସିନା ମନ କିନ୍ତୁ ଗାଁରେ। ଗାଁର ପାଣି ପବନ, ଠାକୁର ମନ୍ଦିର ସବୁ ଯେମିତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆନମନା କରେ। ଆଉ ଏଇ ନିକଟରେ ସେ ତା’ର ବଡ଼ ପ୍ରମାଣ ଦେଇଛନ୍ତି। ନିଜ ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସେ କୋଟିଏ ଟଙ୍କା ଦାନ କରିଛନ୍ତି।

Advertisment

ଆମେ କହୁଚୁ ଆମେରିକାରେ ରହୁଥିବା ପ୍ରତିଷ୍ଠିତ ଡାକ୍ତର ଭାସ୍କର ଚନ୍ଦ୍ର ନାୟକଙ୍କ କଥା। ଘର ତାଙ୍କର ଯାଜପୁର ଜିଲ୍ଲାର ଜଗତପୁର ଗାଁରେ। ନିଜ ଗାଁ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ କରିବା ପରେ ନିଜ ପତ୍ନୀ ଇନ୍ଦ୍ରଜିତା ନାୟକଙ୍କ ସହ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାମ ମଧ୍ୟ ସଂପନ୍ନ କରିଛନ୍ତି। ଜଗତପୁର ଗାଁର ଅନ୍ୟ ଲୋକମାନେ ମନ୍ଦିରପାଇଁ କିଛି କିଛି ସହାୟତା ରାଶି ଦେଇଥିଲେ ମଧ୍ୟ ଡାକ୍ତର ନାୟକଙ୍କ ଦାନରେ ଜଗନ୍ନାଥ ମନ୍ଦିର ଆକର୍ଷଣୀୟ ହୋଇପାରିବ ବୋଲି ଗାଁ ଲୋକମାନେ ଆଶା କରୁଛନ୍ତି।

ସୂଚନାଯୋଗ୍ୟଯେ, ଡାକ୍ତର ନାୟକଙ୍କ ବାପା ଜଗନ୍ନାଥଙ୍କ ଜଣେ ଭକ୍ତ ଥିଲେ। ପିଲା ବେଳେ ତାଙ୍କ ମା’ ତାଙ୍କୁ କାନ୍ଧରେ ବସାଇ ପୁରୀ ବୁଲେଇବାକୁ ନେବା ତାଙ୍କର ଏବେ ବି ମନେ ଅଛି ବୋଲି କୁହନ୍ତି ଡାକ୍ତର ନାୟକ । ଏକଥାକୁ ମନେ ପକାଇ ଗତ ୧୭ ବର୍ଷ ତଳେ ସେ ଆମେରିକାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ଜଗନ୍ନାଥଙ୍କ କୃପାରୁ ତାଙ୍କ ଜୀବନରେ ସେ ଅନେକ କିଛି ପାଇଛନ୍ତି ବୋଲି କହିବା ସହ ଏବେ ନିଜ ଗାଁ ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି।

Advertisment

ଆଜିକାଲିର ସ୍ୱାର୍ଥ ସର୍ବସ୍ୱ ଦୁନିଆଁରେ ଡାକ୍ତର ନାୟକଙ୍କ ଏଭଳି ମହନୀୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ