Advertisment

କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ଘରେ ଘରେ ପରିଚିତ ଥିବା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ଦୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା।

ଅଦ୍ୟତନ ହୋଇଛି
Cartoonist Kishore Rath

Cartoonist Kishore Rath

Advertisment

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ତଥା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ ଦେବଦଳନ ସୂଚନା ଦେଇଛନ୍ତି।

Advertisment

ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ଗତ ୨ ଦିନ ଧରି କିଶୋର ଅସୁସ୍ଥ ଥିଲେ। ଗତ ରାତିରେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ECG କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଖଲ୍ଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟରେ ସ୍ନାତକ କରିବା ସହ କ୍ଷୁଦ୍ର କବିତା ଓ କାର୍ଟୁନ କରିବାରେ ମାହିର ଥିଲେ କିଶୋର। ବ୍ୟଙ୍ଗ ଚିତ୍ରରେ ସିଦ୍ଧହସ୍ତ କିଶୋର ଅଶି ଦଶକରୁ ସମ୍ବାଦ ସହ ଯୋଡ଼ି ହୋଇ ଆସିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।  

Cartoonist Kishore Rath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ