Advertisment

SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲା : ଜି. ଉଦୟଗିରି ଥାନା IIC ରେବତୀ ଶବରଙ୍କ ନାଁରେ ଏତଲା

ଏତଲା କଲେ ମୃତ SI ସ୍ୱାଗତିକା ବେହେରାଙ୍କ ମାଆ ଉଷାରାଣୀ

SI

SI

Advertisment

କନ୍ଧମାଳ ଜି. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହେରା ମୃତ୍ୟୁ ମାମଲାରେ IIC ରେବତୀ ଶବରଙ୍କ ନାଁରେ ଏତଲା । ଜି ଉଦୟଗିରି ଏସଡିପିଓଙ୍କୁ ଏତଲା ଦେଇଛନ୍ତି ସ୍ୱାଗତିକାଙ୍କ ପରିବାର । ଗତକାଲି ରାତିରେ ସ୍ୱାଗତିକାଙ୍କ ମାଆ, ଭାଇ SDPOଙ୍କୁ ଭେଟି ନିର୍ଯାତନା ସମ୍ପର୍କରେ ଜଣାଇବା ସହ IICଙ୍କ ବିରୋଧରେ ଏତଲା ଦେିଛନ୍ତି । IICଙ୍କ ନିର୍ଯାତନା ସହି ନ ପାରି ଭଉଣୀ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ସ୍ୱାଗତିକାଙ୍କ ଭାଇ ।

Advertisment

ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ । ସେପଟେ ଏହି ଘଟଣା ପରଠୁ IIC ରେବତୀ ଶବରଙ୍କ ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା SIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଥିଲା ।

Advertisment
SI Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ