Baby swapping at Subarnapur district headquarters hospital
ଶିଶୁ ଅଦଳବଦଳକୁ ନେଇ ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଗତ ମାସରେ ହସ୍ପିଟାଲ୍ରୁ ନବଜାତ ଶିଶୁ କନ୍ୟା ଚୋରି ନେଇ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ପୁଣି ନବଜାତ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଣ୍ଡପାଲି ଗାଁର ବନିତା ଝାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ୨୪ ତାରିଖରେ ବନିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମେଡିକାଲ କର୍ମଚାରୀ କହିଥିଲେ। ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିବା କହିଥିଲେ। ପୁଣି ଏହାର ୨୦ ମିନିଟ୍ ପରେ ବନିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା କହି ମ଼େଡିକାଲ କର୍ମଚାରୀ ତାଙ୍କୁ ଏକ ନବଜାତ ଶିଶୁ କନ୍ୟା ହସ୍ତାନ୍ତର କରିଥିଲେ। ଏନେଇ ପରିବାର ଲୋକ ଦ୍ୱନ୍ଦ୍ୱରେ ଥିବାବେଳେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ, ଘଟଣାକୁ ନେଇ ସିଡିଏମ୍ଓ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ‘ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ସୂଚନାଥାଉ କି, ଗତ ମାସରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ଅଭିଯୋଗ ସାମ୍ନାକୁ ଆସିଥିଲା। ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନାରେ ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି। ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ss_1640764061.jpg)