Advertisment

ସାଙ୍ଗକୁ ବଞ୍ଚାଇବାକୁ ଯାଇ ୭ ଦିନ ହେଲା ସମୁଦ୍ରରେ ନିଖୋଜ ଅଛନ୍ତି ସୁମିତ

ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ

Special Story

Special Story

Advertisment

ସାଙ୍ଗକୁ ବଞ୍ଚାଇବାକୁ ଯାଇଥିଲେ, ହେଲେ ନିଜେ ନିଖୋଜ ହୋଇଗଲେ । ସମୁଦ୍ର ଖେଳ ୧୪ ବର୍ଷିର ପୁଅ ପାଇଁ ହେଲା କାଳ। ଘରେ କାହାରିକୁ କିଛି କହିନଥିଲେ । ସାଙ୍ଗ ମାନଙ୍କ ସହ ମିଶି ଗୋପାଳପୁର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଗାଧୋଉ ସମୁଦ୍ରର ଲହରୀରେ ସାଙ୍ଗ ବୁଡ଼ିଯାଉଥିବାର ଦେଖି ସୁମିତ କୁମାର ତାଙ୍କୁ ବଞ୍ଚାଇବାକୁ ନିଜେ ସମୁଦ୍ର ଭିତରକୁ ଡିଆଁ ମାରିଥିଲେ । ନିଜେ ପହଁରା ଜାଣିନଥିଲେ ମଧ୍ୟ ସମୁଦ୍ର ଭିତରକୁ ପଶିଯାଇଥିଲେ। ପିଲାମାନେ ବୁଡ଼ିଯାଉଥିବା ଦେଖି ଲାଇଫ୍‌ ଗାର୍ଡ଼ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସତ ହେଲେ ସୁମିତଙ୍କୁ ପାଇନଥିଲେ।

Advertisment

ଘଟଣା ଘଟିବାର ୭ ଦିନ ବିତିଲାଣି ସତ କିନ୍ତୁ ସୁମିତରେ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ। ପୁଅକୁ ନପାଇ ଶୋକସାଗରରେ ପୂରା ପରିବାର। ପୁଅ ନପାଇ କାନ୍ଦି କାନ୍ଦି ମାଆ ନୟାନ୍ତ ହେଲାଣି । ବାପା, ମାଆ, ଦାଦା, ଖୁଡ଼ି ସମସ୍ତେ ସୁମିତଙ୍କୁ ଖୋଜି ଖୋଜି ପାଗଳ ହେଲେଣି କିନ୍ତୁ ପୁଅ ସମୁଦ୍ରରେ ହଜିଯାଇଛି ।

୧୪ ବର୍ଷର ପୁଅକୁ ନପାଇ କାନ୍ଦି କାନ୍ଦି କଳାକାଠ ପଡ଼ିଗଲାଣି ମାଆ। ପୁଅର ବୁଡ଼ିବା ଖବର ପାଇବା ପରଠାରୁ ସମୁଦ୍ର, ପାଖଆଖ ଅଂଚଳରେ ବହୁତ ଖୋଜାଖୋଜି କଲେ ବାପା । ହେଲେ ପୁଅକୁ ପାଇଲେନି। ପୁଅ ମିଳୁନି, ଏପଟେ ମାଆ ଆଖିରୁ ଲୁହ ଶୁଖୁନି । ସୁମିତ ଏବେ କେଉଁଠି? ସେ ଜୀବିତ କି ମୃତ ସେନେଇ କୌଣସି ତଥ୍ୟ ମିଳୁନଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ଭେଟି ପୁଅ ସମ୍ପର୍କରେ ସଠିକ୍‌ ତଥ୍ୟ ଦେବା ପାଇଁ ମାଆ ନିବେଦନ କରିଛନ୍ତି।

Advertisment

ଯଦି ସୁମିତର ସମୁଦ୍ରରେ ମୃତ୍ୟୁ ହୋଇଛି ତେବେ ଶବ ମିଳିଯିବା କଥା। ହେଲେ ଏତେ ଦିନ ପରେ ବି କୌଣସି ପତ୍ତା ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଏଭଳି ଘଟଣାକୁ ଗୁରୁତର ସହ ନେଇଛନ୍ତି ବ୍ରହ୍ମପୁର ଏସପି । ସୁମିତ ସମୁଦ୍ରରେ ବୁଡ଼ିଛି ନା ଆଉ କଣ ତା ସହ ଘଟିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ଏଥିସହ ପ୍ରାଥମିକ ରିପୋର୍ଟକୁ ଭିତ୍ତି କରି ସମୁଦ୍ରର କୋଷ୍ଟ ଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟଜୀବୀଙ୍କ ଠାରେ ସୁମିତର ଫଟୋ ପଠାଯାଇ ତଦନ୍ତ ହେବ ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ

Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ