Advertisment

ଭୁଲ୍‌ ଚିକିତ୍ସା ପାଇଁ ଚାଲିଗଲା ମହିଳାଙ୍କ ଜୀବନ !

ଭୁଲ୍‌ ଚିକିତ୍ସା ଯୋଗୁ ମହିଳାଙ୍କ ମୃତ୍ୟୁ ! କେନ୍ଦୁଝର ଟାଉନ ଥାନା ଚର୍ଚ୍ଚ ଛକ ନିକଟ ଏକ ଘରୋଇ ହସ୍ପିଟାଲ୍‌ ବିରୋଧରେ ଏଭଳି ଅଭିଯୋଗ ଆସିଛି।

Family alleges negligence by private hospital staffs for death of woman in Keonjhar

Family alleges negligence by private hospital staffs for death of woman in Keonjhar

Advertisment

ଭୁଲ୍‌ ଚିକିତ୍ସା ଯୋଗୁ ମହିଳାଙ୍କ ମୃତ୍ୟୁ ! ନ୍ୟାୟ ଦାବିରେ ମେଡିକାଲ୍‌ ସମ୍ମୁଖରେ ପରିବାର ଲୋକଙ୍କ ହୋହାଲ୍ଲା। କେନ୍ଦୁଝର ଟାଉନ ଥାନା ଚର୍ଚ୍ଚ ଛକ ନିକଟ ଏକ ଘରୋଇ ହସ୍ପିଟାଲ୍‌ ବିରୋଧରେ ଏଭଳି ଅଭିଯୋଗ ଆସିଛି।

Advertisment

ସୂଚନା ଅନୁସାରେ, ଚମ୍ପୁଆ ଥାନା ପଡ଼ୁଆ ଅଞ୍ଚଳର ପୁଷ୍ପଲତା ମହାନ୍ତଙ୍କ ପେଟରେ ଟ୍ୟୁମର ହୋଇଥିଲା। ପ୍ରଥମେ ସେ କେନ୍ଦୁଝର ଜିଲ୍ଲାର ସରକାରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେଠାରେ କିଛି ଦଲାଲ ତାଙ୍କୁ ଉତ୍ତମ ଚିକିତ୍ସାର ପ୍ରଲୋଭନ ଦେଖାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେଠାରେ ଲାପରସ୍କୋପି ଅପରେସନ ପାଇଁ ୪୦ ହଜାର ଟଙ୍କା ନିଆଯାଇଥିଲା। ହେଲେ ଭୁଲ୍‌ ଚିକିତ୍ସା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉଚିତ୍‌ ତଦନ୍ତ ଓ କ୍ଷତିପୁରଣ ଦାବିରେ ଶବକୁ ମେଡ଼ିକାଲ ସମ୍ମୁଖରେ ରଖି ପରିବାର ଲୋକେ ଟାଉନ ପୋଲିସକୁ ଏତଲା ଦେଇଥିଲେ।

Advertisment

ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ମେଡ଼ିକାଲକୁ ପଠାଇଛି। ଅନ୍ୟପକ୍ଷେ, ସମ୍ପୃକ୍ତ ଘରୋଇ ମେଡିକାଲ୍‌ରେ ତାଲା ପଡ଼ି ଥିବାବେଳେ ଏଭଳି କୌଣସି ଅଭିଯୋଗ ଆସି ନଥିବା ସିଡିଏମ୍‌ଓ କହିଛନ୍ତି। 

Medical Negligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ