Advertisment

ବାଟ ମୁହଁରେ ପାଚେରୀ ! ଏକ ମାସ ହେଲା ଗୃହବନ୍ଦୀ ବାବୁଲିଙ୍କ ପରିବାର

କେନ୍ଦ୍ରାପଡ଼ା ଆଳିର ବାବୁଲି ସାହୁଙ୍କ ପରିବାର ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପାଚେରୀ ଡେଇଁ ଯିବା ଆସିବା କରୁଛନ୍ତି । ଦୀର୍ଘ ମାସେ କାଳ ଗୃହବନ୍ଦୀ ହୋଇ ଚଳୁଛନ୍ତି ବାବୁଲିଙ୍କ ପରିବାର ।

ଅଦ୍ୟତନ ହୋଇଛି
kangaroo court

kangaroo court

Advertisment

କଙ୍ଗାରୁ କୋର୍ଟର ନିଷ୍ପତ୍ତି ଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ତରିପାଟଣା ଗାଁର ବାବୁଲି ସାହୁଙ୍କ ପରିବାର। ଯିବା ଆସିବା ବାଟରେ କଂକ୍ରିଟ ପାଚେରୀ ନିର୍ମାଣ କରାଯାଇଥିବାରୁ ଆଜକୁ ଏକ ମାସ ହେବ ଗୃହବନ୍ଦୀ ଜୀବନ ବିତାଉଛନ୍ତି । ପିଇବା ପାଣି ପାଇଁ ଘରୁ ବାହାରକୁ ଆସିବାକୁ ହେଲେ ପାଚେରୀ ଡେଇଁ ଯିବା ଆସିବା କରିବାକୁ ପଡୁଛି । ଏମିତିକି ଗାଁର କିଛି ଲୋକଙ୍କ ନିଷ୍ପତ୍ତି କ୍ରମେ ନିଆଁ ପାଣି ବନ୍ଦ କରାଯିବା ସହ ଏକଘରିକିଆ କରି ରଖାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Advertisment

କିଛି ଦିନ ପୂର୍ବେ ବାବୁଲି ସାହୁ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡକୁ କେନ୍ଦ୍ର କରି ଗାଁର କିଛି ଲୋକ ବାବୁଲିଙ୍କ ପରିବାର ଯିବା ଆସିବା କରୁଥିବା ଗାଁ ମନ୍ଦିର ବେଢ଼ା ବାଟକୁ କଂକ୍ରିଟ ପାଚେରୀ ନିର୍ମାଣ କରି ବନ୍ଦ କରିଦେଇଛନ୍ତି । ଫଳରେ ବାବୁଲିଙ୍କ ପରିବାର ଘରୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ଏନେଇ ବାରମ୍ବାର ଆଳି ତହସିଲଦାରଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବାବୁଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଆଳି ତହସିଲଦାର କହିଛନ୍ତି ।

ବାବୁଲିଙ୍କ କହିବା ଅନୁସାରେ ,୨/୪ବର୍ଷ ହେଲା ପାଚେରୀ କରାଯାଇଛି । ଘର ଆଗରେ ପାଚେରୀ ହେବାରୁ ସେ ଏହାକୁ ବିରୋଧ କରିଥିଲେ । ଆଉ ତାଙ୍କ ବିରୋଧ କ୍ରମେ ଖଣ୍ଡିଏ ଜାଗା ଛାଡ଼ି ପାଚେରୀ ଦିଆଯାଇଥିଲା । ହେଲେ ପ୍ରାୟ ମାସେ ହେଲା କିଛି ବଦମାସ୍ ଲୋକ କଙ୍ଗାରୁ କୋର୍ଟ କରି ଛାଡ଼ିଥିବା ରାସ୍ତା ଖଣ୍ଡରେ ମଧ୍ୟ ପାଚେରୀ ଦେଇଦେଲେ । ଫଳରେ ଯିବାଆସିବା କରିବା ପାଇଁ ହଇରାଣ ହେଉଛୁ । ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନି । 

Advertisment

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ

KangarooCourt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ