Advertisment

ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ

ରାଜ୍ୟରେ ଜାଲ୍‌ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ

Fake Teacher Problem

Fake Teacher Problem

Advertisment

ଭୁବନେଶ୍ୱର: ଶିକ୍ଷାରେ ବି ନକଲି ଛାପ ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢାଉଛନ୍ତି ଶହ ଶହ ନକଲି ଶିକ୍ଷକ। ଆଶ୍ଚର୍ଯ୍ୟର କଥା ହେଉଛି ନକଲି ଶିକ୍ଷକଙ୍କୁ ଚିହ୍ନଟ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ବିଭିନ୍ନ ଜିଲ୍ଲାର ଶିକ୍ଷା ଅଧିକାରୀମାନେ ରିପୋର୍ଟ ଦେଉନାହାନ୍ତି। ଏହାକୁ ନେଇ କୋର୍ଟ ପୁଣି ଭର୍ତ୍ସନା କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ।

Advertisment

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଆଉ ବିପଦରେ ପିଲାଙ୍କ ଭବିଷ୍ୟତ ପଡ଼ୁଛି। ବର୍ଷ ବର୍ଷ ଧରି ଏମାନେ ଶିକ୍ଷକତା କରୁଛନ୍ତି ତାପୁଣି ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଥିଲା। ମାତ୍ର ମାସ ପରେ ମାସ ବିତିଥିଲେ ସୁଦ୍ଧା ଏମାନଙ୍କୁ ଚିହ୍ନଟ କରିପାରୁନାହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏବେ ପ୍ରଶ୍ନ ଉଠୁଛି ଏଭଳି ନକଲି ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁରକ୍ଷା ଦେଉଛନ୍ତି କାହିଁକି ? ଏନେଇ ରାଜ୍ୟ ସରକାରଙ୍କୁ ପୁଣି ଥରେ ଭର୍ତ୍ସନା କରିଛନ୍ତି ହାଇକୋର୍ଟ।

Advertisment

ତେବେ କୋର୍ଟଙ୍କ ଛାଟ ପରେ ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ଖୋର୍ଦ୍ଧା, କଟକ, ସମ୍ବଲପୁର, ଭଦ୍ରକ ସମେତ ୨୩ଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଗିଦ କରି ଚିଠି ଲେଖିଛନ୍ତି। ଯେଉଁ ଅଧିକାରୀ ମାନେ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି ବା ରିପୋର୍ଟ ଦେଉନାହାଁନ୍ତି ସେସବୁ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି।

ନକଲି ରେସିଡେନ୍ସ ସାର୍ଟିଫିକେଟ, ନକଲି ଜାତି ପ୍ରମାଣପତ୍ର ଓ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ୍ ଦେଇ ଚାକିରୀ କରୁଛନ୍ତି ଶହ ଶହ ଶିକ୍ଷକ । ତେବେ ନିଯୁକ୍ତି ସମୟରେ ଓ ଯାଞ୍ଚ ବେଳେ ଏହା କିଭଳି କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲା ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ। ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତରାରେ ନିୟମିତ ଏଭଳି ଚାଲାନାହିଁ ତ? ଅଭିଭାବକଙ୍କ ମନରେ ଏବେ ଏହି ପ୍ରଶ୍ନ ଅଯୋଗ୍ୟ ଶିକ୍ଷକଠାରୁ ପିଲା କଣ ଶିଖିବେ ବୋଲି ପଚାରିଛନ୍ତି ଅଭିଭାବକ? ତେବେ ଗଣଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି, ନକଲି ଶିକ୍ଷକ ଓ ଚିହ୍ନଟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଶିକ୍ଷାର ମାନ ବଢାଇବା ଓ ଗୁଣାତ୍ମକ ଶିକ୍ଷା ଲାଗି ରାଜ୍ୟ ସରକାର ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଦେଉଛନ୍ତି। ଏହାସତ୍ତ୍ୱେ ବି ଶହ ଶହ ସଂଖ୍ୟାରେ ନକଲି ଶିକ୍ଷକଙ୍କ ଉପସ୍ଥିତି ଚିନ୍ତା ବଢାଇଛି।

Advertisment
Fake Teacher In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ