Advertisment

ମସଲା, ସସ୍‌ ପରେ କଟକରେ ଏବେ ନକଲି କୋଲ୍ଡ ଡ୍ରିଙ୍କ୍ସ ଠାବ

କଟକରେ ପୁଣି ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି । ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ଚାଲିଥିଲା ପ୍ୟାକିଂ କରାଯାଉଥିବା ସୂଚନା ।

ଅଦ୍ୟତନ ହୋଇଛି
Fake soft drink manufacturing unit busted in Cuttack

Fake soft drink manufacturing unit busted in Cuttack

Advertisment

କଟକରେ ପୁଣି ନକଲି ଜିନିଷ ଠାବ । କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଛି । ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଜଗତପୁରରେ ଏକ ଫ୍ୟାକ୍ଟ୍ରି ଉପରେ ରେଡ୍ କରାଯାଇଥିଲା । ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିବା ଦେଖିବାକୁ ପାଇଥିଲେ ଟିମ୍।

Advertisment

ଚଢାଉ ପରେ ସେଠାରୁ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର ଆଦି ଜବତ ହୋଇଛି । କେବଳ ଯେ ମୃଦୁ ପାନୀୟ ନୁହେଁ, ଏହା ପୂର୍ବରୁ ନକଲି ସସ, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି ଜବତ ନଜରକୁ ଆସିଥିଲା ତେଣୁ ଏହି ଘଟଣା ପରେ କଟକ ନକଲି ଜିନିଷର ହବ୍ ବୋଲି ଚର୍ଚ୍ଚା ହେଉଛି ।

Fake Soft Drink Factory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ