Advertisment

ବାହାରୁ ଦେଖିଲେ ଚକାଚକ୍‌ ଘର, ଆଉ ଭିତରେ ଦେଶୀ ମଦର କୁଟୀର ଶିଳ୍ପ; ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ମଦ...

ଘର ଭିତରେ ମଦ, ଚାଳ ଆଟୁରେ ମଦ, ଘର ତାଜାରେ ମଦ। ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ବ୍ୟାରେଲ୍ ବ୍ୟାରେଲ୍‌ ମଦ। ଘରର ଡ୍ରେସିଂ ରୁମ୍, ଡ୍ରଇଂ ରୁମ୍, ସିଢ଼ିଘର ତଳ, ଉପର ମହଲା, ଟଏଲେଟ୍‌ର ଉପର କପ୍‌ ବୋର୍ଡ ସବୁଆଡ଼େ ବ୍ୟାରେଲ ବ୍ୟାରେଲ୍‌ ମଦ ଆଉ ପୋଚ ମହଜୁଦ ରଖାଯାଇଛି।

ଅଦ୍ୟତନ ହୋଇଛି
Excise department conducts raids at village in Athagarh, destroys thousands of litre of ‘pocha’

Excise department conducts raids at village in Athagarh, destroys thousands of litre of ‘pocha’

Advertisment

ବାହାରୁ ଦେଖିଲେ ସୁନ୍ଦର ଘର। ଆଉ ଭିତରେ ଚାଲିଛି ଦେଶୀ ମଦର କୁଟୀର ଶିଳ୍ପ। ଘର ଭିତରେ ମଦ, ଚାଳ ଆଟୁରେ ମଦ, ଘର ତାଜାରେ ମଦ। ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ବ୍ୟାରେଲ୍ ବ୍ୟାରେଲ୍‌ ମଦ। ଘରର ଡ୍ରେସିଂ ରୁମ୍, ଡ୍ରଇଂ ରୁମ୍, ସିଢ଼ିଘର ତଳ, ଉପର ମହଲା, ଟଏଲେଟ୍‌ର ଉପର କପ୍‌ ବୋର୍ଡ ସବୁଆଡ଼େ ବ୍ୟାରେଲ ବ୍ୟାରେଲ୍‌ ମଦ, ଆଉ ପୋଚ ମହଜୁଦ ରଖାଯାଇଛି। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଭିରୁଡ଼ା ଗାଁରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ ବେଳେ ଏମିତି ହଜାର ହଜାର ଲିଟର ଦେଶୀ ମଦ ଜବତ ହୋଇଛି।

Advertisment

ଭିରୁଡ଼ା ଗାଁରେ ଥିବା ଏକ ୨ ମହଲା କୋଠା ଘରୁ ହଜାର ହଜାର ଲିଟର ମଦ ଜବତ ହୋଇଛି। ଜବତ ପରେ ପ୍ଲାଷ୍ଟିକ୍‌ ବ୍ୟାରେଲ୍‌ରେ ଥିବା ଦେଶୀ ମଦ ଓ ପୋଚକୁ ନଷ୍ଟ କରାଯାଇଥିଲା।ତେବେ ଅବକାରୀ ଟିମ୍ ଆସୁଥିବା ଜାଣିପାରି ଘରଦ୍ୱାର ଛାଡ଼ି ସେହି ଘରେ ରହୁଥିବା ଲୋକେ ଫେରାର ହୋଇଯାଇଥିଲେ।  ଟିମ୍ ପହଞ୍ଚିବା ବେଳକୁ ଘର ଭିତରେ କେହି ଜଣେ ବି ନଥିଲେ। ଫଳରେ ମଦ ତିଆରି କରୁଥିବା ଲୋକଙ୍କ ଭିତରକୁ କାହାକୁ ଜଣକୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇନାହିଁ। ଶେଷରେ ଘର ସାରା ଖୋଜି ଖୋଜି ମଦ ବ୍ୟାରେଲ୍‌କୁ ଆଣି ନଷ୍ଟ କରାଯାଇଥିଲା।

ଏମିତି କୌଣସି ଜାଗା ନାହିଁ, ଯେଉଁଠି ମଦ କି ପୋଚ୍‌ ନଥିଲା। ଏପରିକି ଘର ବାହାରେ ବିରାଟ ଗାତ ଭିତରେ ମଧ୍ୟ ମଦ ବ୍ୟାରେଲ୍‌ ରଖାଯାଇଥିଲା।

Advertisment
Liquor Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ