Advertisment

କାନପୁର ଗାଁ ପାଇଁ ଶାଳନ୍ଦୀ ନଦୀ ଦୁଃଖ : ଗାଁରେ ରହିବାକୁ ଭୟ କରୁଛନ୍ତି ଲୋକେ, ଶୋଇଥିବା ସମୟରେ ଛାତିରେ ପଶୁଛି ଛନକା

ଘର ନିକଟରେ ଭୂସ୍ଖଳନ ହେଉଛି । ଶାନ୍ତିରେ ଶୋଇପାରୁ ନାହାନ୍ତି ଲୋକେ । କାଳେ ମାଡ଼ି ଆସିବ କାଳନ୍ଦୀ . .

Erosion Threat

Erosion Threat

Advertisment

ଆନନ୍ଦପୁର (ମୁନା ସିଂ) : ଗାଁରେ ରହିବାକୁ ଭୟ ଲାଗିଲାଣି । ରାତି ସମୟରେ ଘରେ ଶୋଇଥିବା ସମୟରେ ଛାତିରେ ପଶୁଛି ଛନକା । ଧୀରେ ଧୀରେ ଘର ପାଖରେ ଭୂସ୍ଖଳନ ହୋଇ ନଦୀରେ ମିଶୁଛି ମାଟି । ଘର ଗୁଡିକ ଅଧାରୁ ଭାଙ୍ଗି ଗଲାଣି । ଘର ଓ ପରିବାରର ଭବିଷ୍ୟତ କୁ ନେଇ ଏବେ ଚିନ୍ତାରେ ଶାଳନ୍ଦୀ ନଦୀର ପାର୍ଶ୍ୱରେ ଥିବା ଗାଁ ବାସିନ୍ଦା । ସତରେ କଣ କାନପୁର ଗାଁ ଟି ଶାଳନ୍ଦୀ ନଦୀରେ ଲୀନ ହୋଇଯିବ କି ?

Advertisment

ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକର କାନପୁର ଗାଁ । ୩୦୦ରୁ ଅଧିକ ପରିବାରକୁ ନେଇ ଏହି ଗାଁ ଟି ଶାଳନ୍ଦୀ ନଦୀର ପାର୍ଶ୍ୱରେ ଅବସ୍ଥିତ। ଏବେ ଶାଳନ୍ଦୀ ନଦୀ ସାଜିଛି ଏହି ଗାଁର ଦୁଃଖ। ଗାଁଟିର ଉତ୍ତର ପାର୍ଶ୍ୱରେ ନଦୀ ଅବବାହିକା ରେ ଥିବା ପରିବାର ଏବେ ଚିନ୍ତାରେ। ନାଁ ରାତିରେ ନିଶ୍ଚିନ୍ତରେ ଶୋଇପାରୁଛନ୍ତି ନାଁ ଭଲକି ରୋଷେଇ କରି ପାରୁଛନ୍ତି । ଭୂସ୍ଖଳନ ଫଳରେ କାହାର ରୋଷେଇ ଘର ଅଧାରୁ ଭାଙ୍ଗି ଗଲାଣି ତ ଆଉ କାହାର ଗାଧୁଆ ଘର ଭାଙ୍ଗିଗଲାଣି । ନୂତନ ଭାବେ ନିର୍ମିତ କିଛି ଛାତଘରର ଅବସ୍ଥା ମଧ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।

ପୂର୍ବରୁ ଗାଁରେ ଏଭଳି ଅବସ୍ଥା ଥିବାରୁ ପ୍ରଶାସନ ଦ୍ୱାରା ନଦୀ କୂଳରେ ସିମେଣ୍ଟ କାନ୍ଥଟିଏ ନିର୍ମାଣ କରାଯାଇଥିଲା  । ହେଲେ ଗାଁ ଲୋକଙ୍କ କହିବା କଥା ସେ କାନ୍ଥ ଭୁସ୍ଖଳନ ରୋକିବାକୁ ଅସମର୍ଥ । ଘର ନିକଟରୁ ଭୂସ୍ଖଳନ ହୋଇ ଭିତରେ ଭିତରେ ନଦୀରେ ମାଟି ପଡୁଥିବାରୁ ଧୀରେ ଧୀରେ ନଦୀ ପୋତି ହେବାକୁ ବସିଲାଣି । ନଦୀ ଓ ଗାଁ ମଝିରେ ଭଲ ଭାବେ ଆଡ଼ିବନ୍ଧ ଟିଏ ନିର୍ମାଣ କରାଗଲେ ହୁଏତ ଗାଁ ଲୋକଙ୍କ ଦୁଃଖ ଦୂର ହୋଇପାରନ୍ତା । ପ୍ରଶାସନ ଯଦି ଏଦିଗରେ ପଦକ୍ଷେପ ନନିଏ ତେବେ ଅତିଶୀଘ୍ର କାନପୁର ଗାଁଟି ଶାଳନ୍ଦୀ ନଦୀରେ ଲୀନ ହୋଇଯିବ।

Advertisment

ନିଜ ଭିଟାମାଟି ଘରଦ୍ୱାର ନିଜ ଆଖି ସାମ୍ନାରେ ନଦୀରେ ଲୀନ ହୋଇଯାଉଥିବା ଦେଖି ପରିବାର ଲୋକଙ୍କ ହୃଦୟ କାନ୍ଦୁଥିବା ବେଳେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

Advertisment
Erosion Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ