Advertisment

Elephant Menace: ଜି.ଉଦୟଗିରି ଗଳିକନ୍ଦିରେ ବୁଲୁଛି ଦନ୍ତା, ଆଠଗଡକୁ ଫେରିଛନ୍ତି ୨୨ ଟିକିଆ ହାତୀପଲ

କନ୍ଧମାଳ ଜି.ଉଦୟଗିରି ସହର ଭିତରେ ବୁଲୁଛି ଦନ୍ତାହାତୀ । ଗୋଠଛଡା ଦନ୍ତାକୁ ସହର ଭିତରେ ବୁଲୁଥିବାର ଦେଖି ଆତଙ୍କିତ ଲୋକେ । ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି୨୨ ଟିକିଆ ହାତୀପଲ ।

Elephant Menace

Elephant Menace

Advertisment

ସହର ମୁହାଁ ଦନ୍ତା । ଆତଙ୍କିତ ଲୋକେ । କନ୍ଧମାଳ ଜି.ଉଦୟଗିରି ସହର ଭିତରେ ବୁଲୁଛି ଦନ୍ତାହାତୀ । ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତାକୁ ସହର ଭିତରେ ବୁଲୁଥିବାର ଦେଖି ଆତଙ୍କିତ ଲୋକେ । ଅନ୍ୟପଟେ କଟକ ଆଠଗଡକୁ ପୁଣି ଫେରିଛନ୍ତି ହାତୀପଲ । ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ୨୨ ଟିକିଆ ହାତୀପଲ ଫେରିବା ପରେ ଚାଷୀକୂଳର ଚିନ୍ତା ବଢ଼ିଛି ।

Advertisment

ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା କନ୍ଧମାଳର ଜି.ଉଦୟଗିରି ସହରର ଭିତରକୁ ପଶିଆସିଥିଲା । ହାତୀଟି ଦୀର୍ଘ ସମୟ ଧରି ସହରର ଗଳିକନ୍ଦିରେ ବୁଲିଥିଲା । ଆଉ ଘର ପାଖରେ ଦନ୍ତାହାତୀକୁ ଦେଖି ଆତଙ୍କିତ ହୋଇପଡିଥିଲେ ଲୋକେ । ପରେ ହାତୀଟି ଆପେ ଆପେ ନିକଟସ୍ଥ ଗାମୁଲି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାହାତୀଟିକୁ ଘଉଡାଇଛନ୍ତି । ହାତୀଟି ଦୀର୍ଘ ୩ ମାସ ହେବ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ଦନ୍ତାହାତୀ ଆକ୍ରମଣରେ ୨ ଜଣଙ୍କର ଜୀବନ ବି ଗଲାଣି । ଏପରିକି ଅନେକ ଗାଈ ଗୋରୁଙ୍କୁ ମଧ୍ୟ ଦଳି ମାରିସାରିଛି ଦନ୍ତାହାତୀ । ଏ ନେଇ ଅନେକ ଥର ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଆଉ ଏବେ ଦନ୍ତାହାତୀ ସହରମୁହାଁ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି ।

ଅନ୍ୟପଟେ ପୁଣି କଟକ ଆଠଗଡକୁ ଫେରିଛନ୍ତି ହାତୀପଲ । ୨୨ ଟିକିଆ ହାତୀପଲ ରାସ୍ତା ପାର ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ୨୨ ଟିକିଆ ହାତୀପଲ । ଆଉ ହାତୀପଲ ଫେରିବା ପରେ ଚାଷୀଙ୍କୁ ଏବେ ଘାରିଛି ଚିନ୍ତା । ହାତୀପଲଙ୍କୁ ରାସ୍ତାରେ ଦେଖି ଯାତ୍ରୀମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ଏବେ ଆଠଗଡ ମୁଣ୍ଡଳୀକୁ ଯାଇଥିବା ଉଭୟ କନ୍ଦରପୁର ଓ ରାଜନଗର ରାସ୍ତରେ ଚଳପ୍ରଚଳ କରୁଛନ୍ତି । ଆଠଗଡ ବନଖଣ୍ଡ ରାଜନଗର ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାବେଳେ ବନବିଭାଗ କର୍ମଚାରୀ ଜଗି ରହିଛନ୍ତି ।

Advertisment
Odisha News Cuttack Kalahandi Athagarh Forest Elephant Menace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ