Advertisment

ବୃଦ୍ଧଙ୍କ ବଂଶୀ ସ୍ୱନ, କିଣୁଛି ଜନ ମନ

ସବୁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ନିଜର ଏହି ପ୍ରତିଭାକୁ ଦେଖେଇବା ପାଇଁ କୌଣସି ବୟସ ସୀମା ବା ସ୍ଥାନ, କାଳ, ପାତ୍ରର ଆବଶ୍ୟକତା ଦରକାର ହୁଏ ନାହିଁ। ଏନେଇ ଏଭଳି ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଏ। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି।

Elderly seen playing flute wrote I am not a beggar

Elderly seen playing flute wrote I am not a beggar

Advertisment

ନୂଆଦିଲ୍ଲୀ : ସବୁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ନିଜର ଏହି ପ୍ରତିଭାକୁ ଦେଖେଇବା ପାଇଁ କୌଣସି ବୟସ ସୀମା ବା ସ୍ଥାନ, କାଳ, ପାତ୍ରର ଆବଶ୍ୟକତା ଦରକାର ହୁଏ ନାହିଁ। ଏନେଇ ଏଭଳି ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଏ। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବୃଦ୍ଧଙ୍କର ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବୃଦ୍ଧ ଜଣକ ତାଙ୍କ ବଂଶୀରୁ ମଧୁର ସ୍ୱର ବାହାର କରୁଥିବା ଦେଖିବାକୁ ମିଳେ। ଭିଡିଓଟି ସୋସିଆଲ ମିଡିଆରେ ଶେୟାର ହେବା ପରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଇଣ୍ଟର୍‌ନେଟ୍ ଦୁନିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ରାସ୍ତ କଡରେ ବସି ବଂଶୀ ବଜଉଥିବା ଦେଖାଯାଏ। କିନ୍ତୁ ଏଭଳି ଅନେକ ଦୃଶ୍ୟ ବିଦେଶରେ ଦେଖାଯାଏ ଯେଉଁଠାରେ ଲୋକେ କୌଣସି ସର୍ବସାଧାରଣ ସ୍ଥାନରେ ବସି ସେମାନଙ୍କର ପ୍ରତିଭାକୁ ବ୍ୟବହାର ହାତ ପାତି ଭିକ୍ଷା ମଗୁଥିବା ଦେଖାଯାଏ। ତେଣୁ ଲୋକେ କାଳେ ଏହି ବୃଦ୍ଧ ବ୍ୟକ୍ତିକୁ ସେହି ବିଦେଶୀଙ୍କ ଭଳି ଭିକ୍ଷୁ ମାନିନେବେ ସେଥିପାଇଁ ସେ ନିଜ ପାଖରେ ଏକ ଛୋଟ ବୋର୍ଡ ରଖିଛନ୍ତି। ଏହି ବୋର୍ଡରେ ସେ ଲେଖିଛନ୍ତି ଯେ “ମୁଁ ଭିକାରୀ ନୁହେଁ।” ଏହି ଭିଡିଓକୁ ଦିଲ୍ଲୀ ଆଧାରିତ ଇନ୍‌ଷ୍ଟାଗ୍ରାମ୍‌ ଉପଭୋକ୍ତା ହିମାଂଶୀ କୁକରେଜା ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି। ଲୋକେ ଏହାକୁ ଦେଖି ମଧ୍ୟ ବୃଦ୍ଧଙ୍କ ବୋର୍ଡ ପାଖରେ ଥିବା ଏକ କପଡାରେ କିଛି ଟଙ୍କା ରଖିଛନ୍ତି।

Advertisment

ଏହି ଭିଡିଓକୁ ଦିଲ୍ଲୀର କନ୍ନାଟ ପ୍ଲେସ୍ ଅଞ୍ଚଳରେ ସୁଟିଂ କରାଯାଇଛି। ଏହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ଯେ ବୃଦ୍ଧଙ୍କ ପାଖରେ ଥିବା ବୋର୍ଡରେ ଲେଖାଯାଇଛି ଯେ “ମୁଁ କେବଳ ସଂଗୀତ ମାଧ୍ୟମରେ ଆପଣମାନଙ୍କ ଆତ୍ମାକୁ ଛୁଇଁବାକୁ ଚାହୁଁଛି।” ଏହି ଭିଡିଓକୁ ଅନେକ ଲୋକ ଦେଖୁଛନ୍ତି। ଭିଡିଓରେ ହଜାର ହଜାର ଲାଇକ ମଧ୍ୟ ଆସୁଛି। ଲୋକେ ନିଜ ନିଜ ବିଚାରରେ ମତ ମଧ୍ୟ ଦେଉଛନ୍ତି। ଆପଣବି ଯଦି ବୃଦ୍ଧଙ୍କର ବଂଶୀ ଗାନ ଶୁଣିବେ ଆପଣ ବି ମଜ୍ଜିଯିବେ।

Advertisment
Special Story Oldman Playing Fluit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ