Advertisment

ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି ।

ଅଦ୍ୟତନ ହୋଇଛି
egg hurled

egg hurled

Advertisment

କାଶୀପୁର : ମମିତା ମେହେର ହତ୍ୟା ଘଟଣାରେ ଅଣ୍ଡାକୁ ଅସ୍ତ୍ର କରିଛନ୍ତି ବିରୋଧୀ । ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଜଣକ ପରେ ଜଣକୁ ଟାର୍ଗେଟ କରାଯାଉଛି । ସାରା ରାଜ୍ୟରେ ମମିତା ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି । ପ୍ରତିବାଦ କରିବାକୁ ଯାଇ ନୂଆ ଫଣ୍ଡା ଆପଣାଇଛନ୍ତି ବିରୋଧୀ । କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରୁଛନ୍ତି ।

Advertisment

ଏହି କ୍ରମରେ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡଙ୍କୁ ଅଣ୍ଡାମାଡ଼ କରାଯାଇଛି । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼ ହୋଇଛି । ଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସେପଟେ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ମନା କରାଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ବିରୋଧ ହୋଇଛି । ଏପରିକି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁବି ସଭାକୁ ଆସିବାକୁ ମନା କରାଯାଇଛି, ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ଇଣ୍ଟରିମ୍ ଆପ୍ଲିକେସନ ଦେଇଛି । ମୂଳ ମାମଲାରେ ଏହି ସଂଗଠନ ସାନି ଆବେଦନ ଯୋଡ଼ିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି, ହାଇକୋର୍ଟରେ ମାମଲା ଦାୟର ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ଦାବି କରିଛି।

Advertisment
Eggs Hurled Sudam Marndi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ