Advertisment

ପଥର ବତକକୁ ସତ ଭାବି ଆକ୍ରମଣ

ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ପଥର ବତକକୁ ସତ ଭାବି ଆକ୍ରମଣ

Eagle Attack Stone Duck

Advertisment

ସୋସିଆଲ୍ ଭାଇରାଲ୍ : ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ଇଗଲ ଗୋଟେ ନକଲି ବତକ ଉପରେ ଆକ୍ରମଣ କରିଥିବା ଦେଖାଯାଏ। ଆପଣ ଏହି ଭିଡିଓକୁ ଦେଖିଲେ ଏହାର ମଜ୍ଜା ନେଇପାରିବେ। ଏହି ଭିଡିଓକୁ ବ୍ରୁଟାଲ୍ ନେଚର ନାମକ ଏକ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ସେୟାର କରାଯାଇଛି।

Advertisment

ଏହି ଭିଡିଓ ସେୟାର କରିବା ପରଠାରୁ, ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୫୪ ହଜାରରୁ ଅଧିକ ଭ୍ୟୁଅର୍ ଦେଖିସାରିଲେଣି। ଏହା ଛଡା ୪୧୦୦ ରୁ ଅଧିକ ଲାଇକ୍ ଏବଂ ୧୦୦୦ ରୁ ଅଧିକ ରିଟ୍ୱିଟ୍‌ ମଧ୍ୟ ମିଳିଛି। ଅନେକ ଉପଭୋକ୍ତା ମଧ୍ୟ ଏହି ଭିଡିଓ ଉପରେ ସେମାନଙ୍କର ମତାମତ ଦେଇଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଇଗଲ କିପରି ମାଟିରେ ବସିଥିବା ପଥରର ଏକ ବତକ ଉପରେ ଆକ୍ରମଣ କରି ଏହାର ଶିକାର କରିବାକୁ ଚେଷ୍ଟା କରୁଛି।

Advertisment

ଭିଡିଓରେ ଦେଖାଯାଏ ଯେ ଇଗଲଟି କେତେବେଳେ ବତକର ବେକକୁ ଧରି ଟାଣିବାକୁ ଚେଷ୍ଟା କରୁଛି ତ ପୁଣି କେତେବେଳେ ଏହାର ଶରୀରକୁ ଧରିବାକୁ ଚେଷ୍ଟା କରୁଛି। କିନ୍ତୁ ବତକଟି ଆରାମରେ ବସିଛି। ତେବେ ଏଭଳି ବିନା ହଲଚଲରେ ଆରାମରେ ବସିଥିବା ବତକକୁ ଦେଖି ଇଗଲଟି ଦ୍ୱନ୍ଦ୍ୱରେ ପଡ଼ି ବାରମ୍ବାର ତା’ ଶରୀରକୁ ଟାଣିବାକୁ ଚେଷ୍ଟା କରୁଛି, କିନ୍ତୁ ସେ ପ୍ରତ୍ୟେକ ଥର ବତକଟିକୁ ଶିକାର କରିବାରେ ସକ୍ଷମ ହୁଏ ନାହିଁ। ପ୍ରକୃତରେ, ଇଗଲଟି ଯେଉଁ ବତକକୁ ଶିକାର କରିବାକୁ ଚେଷ୍ଟା କରୁଛି ତାହା ଜୀବନ୍ତ ପକ୍ଷୀ ନୁହେଁ, ବରଂ ଏହା ପଥରରେ ତିଆରି ଯାହାକୁ ତଳେ ଥିବା ଘାସରେ ରଖାଯାଇଛି। ଏହା ଏତେ ବାସ୍ତବ ଲାଗୁଛି ଯେ କେହି ବି ଏହାକୁ ଦେଖିଲେ ନକଲି ବୋଲି ହଠାତ ଜାଣିପାରିବେ ନାହିଁ।

Advertisment

ସେଥିପାଇଁ ଯେତେବେଳେ ଇଗଲଟିର ନଜର ସେହି ପଥର ବତକ ଉପରେ ପଡ଼ିଲା ସେ ଏହାକୁ ଏକ ପ୍ରକୃତ ବତକ ବୋଲି ଭାବି ତାଙ୍କୁ ଆକ୍ରମଣ କରିବାକୁ ଲାଗିଲା। ଇଗଲ ପ୍ରଥମେ ତାର ଥଣ୍ଟକୁ ଆଘାତ କଲା। ଯେତେବେଳେ ବତକଟି କୌଣସି ପ୍ରତିକ୍ରିୟା ନ କଲା, ସେତେବେଳେ ସେ ଏହାକୁ ନିଜ ଶିକାରୀ ପଞ୍ଝାରେ ଆକ୍ରମଣ କରିବାକୁ ଚେଷ୍ଟା କଲା। ଏହା ପରେ ମଧ୍ୟ ଯେତେବେଳେ ବତକଟି ନ ହଲିଲା ସେ ତା’ ପିଠିରେ ବସି ଏହାକୁ ଟାଣିବାକୁ ଚେଷ୍ଟା କଲା। ତା’ର ସବୁ ଚେଷ୍ଟା ବିଫଳ ହେବା ପରେ ସେ ବିରକ୍ତ ହୋଇ ପଡୁଥିବା ଭିଡିଓରେ ଦେଖାଯାଏ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ