Advertisment

୪ କୋଟି ଟଙ୍କାରେ ତିଆରି ହୋଇଛି ଶୀତଳ ଭଣ୍ଡାର, ହେଲେ ଚାଷୀଙ୍କ କାମରେ ଆସୁନି

ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...

Special Story

Special Story

Advertisment

ଠିଆ ହୋଇଛି ବିରାଟ କୋଠା । ଜରାଜୀର୍ଣ୍ଣ ହୋଇ ପଡିଥିବାରୁ କୋଠା ଉପରେ ଉଠି ଗଲାଣି ଗଛ। ଘର ଭିତରେ ବିରାଟ ଉଇ ହୁଙ୍କା ହୋଇ ଯାଇଛି। ଜଙ୍ଗଲ ପରିବେଶରେ ଥିବା ଏହି କୋଠା କୋଉ ରାଜା ରାଜୁଡ଼ା ଅମଳର ନୁହେଁ, ୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ରାୟଗଡ଼ାରେ ତିଆରି ହୋଇଛି ଶୀତଳ ଭଣ୍ଡାର। ହେଲେ କାର୍ଯ୍ୟକ୍ଷମ ନ ହୋଇ ଅକାମୀ ହୋଇ ପଡି ରହିଛି।

Advertisment

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ଡିଣ୍ଡିବ ପିଟୁଛନ୍ତି। ହେଲେ ଏ ହେଉଛି ବାସ୍ତବ ଚିତ୍ର। ଶୀତଳ ଭଣ୍ଡାର କାମ କରୁନଥିବାରୁ ଚାଷୀମାନେ ସେମାନଙ୍କ ଉତ୍ପାଦନ ସାମଗ୍ରୀକୁ ଅଭାବୀ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି।

୧୯୯୮ ମସିହାରେ ୫ ହଜାର ମେଟ୍ରିକ୍ ଟନର ଏହି ଶୀତଳ ଭଣ୍ଡାର ପାଇଁ ଶୁଭ ପଡିଥିଲା। ୨୦୧୪ରେ କାମ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଚାଷୀଙ୍କ କାମରେ ଶୀତଳ ଭଣ୍ଡାରଟି ନ ଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଶୀତଳ ଭଣ୍ଡାର ପରିଚାଳନା ନିମନ୍ତେ ବାରମ୍ବାର ଟେଣ୍ଡର ହେଉଥିଲେ ମଧ୍ୟ କେହି ନେବାକୁ ରାଜି ହେଉ ନାହାଁନ୍ତି। ଏମିତିକି ମାର୍କଫେଡ ପକ୍ଷରୁ ଦୁଇ ଥର ଚିଠି ହୋଇଥିଲେ ମଧ୍ୟ ତାର ଉତ୍ତର ମିଳୁନାହିଁ।

Advertisment

ରାୟଗଡାରୁ ମାଉଡି ବାରିକଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ