Advertisment

ଅପମିଶ୍ରଣର ହବ୍ ପାଲଟିଛି କି କଟକ ? ନକଲି ସିମେଣ୍ଟ କାରଖାନା ଉପରେ ରେଡ୍ କରି ସିଲ୍ କଲା ପୋଲିସ

ନକଲି ସହର ପାଲଟିଗଲାଣି କଟକ ! ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି । ଏବେ ତ ସିମେଣ୍ଟ ବି ନକଲି ବାହାରିଲା । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।

ଅଦ୍ୟତନ ହୋଇଛି
cement

cement

Advertisment

ଅପମିଶ୍ରଣ ଓ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ? କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା । ଆଜି ପୁଣି ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ କରି ସିଲ କରିଛି ପୋଲିସ୍ । ଗୋଦାମରେ ୩ଟି ନାମୀଦାମୀ ବ୍ରାଣ୍ଡ ନାଁରେ ମାର୍କେଟକୁ ଛଡାଯାଉଥିଲା ଡୁପ୍ଲିକେଟ ସିମେଣ୍ଟ । ପୋଲିସ ଗୋଦାମ ମାଲିକଙ୍କୁ ଗିରଫ କରି ତନାଘନା ଚଲାଇଛି ।

Advertisment

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକେ ଘର ତିଆରି କରିବାର ସ୍ୱପ୍ନ ଦେଖନ୍ତି ।  ହେଲେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଚଢଉ କରି ପୋଲିସ୍ ଯେଉଁ ଖୁଲାସା କରିଛି ଶୁଣିଲେ ମୁଣ୍ଡ ଘୂରେଇ ଯିବ । କାରଣ ବଜାରରେ ଚାଲିଛି ସ୍ୱପ୍ନର ସଉଦା । ବିଶ୍ୱାସ ସହ ହେଉଛି ବେଇମାନୀ । ଜଗତପୁରର ୨ଟି ସିମେଣ୍ଟ ଗୋଦାମରେ ଚଢାଉ କରି ପୋଲିସ ଠାବ କରିଛି ନିକୃଷ୍ଟ ମାନର ସିମେଣ୍ଟ ଓ  ନକଲି ପ୍ୟାକେଟ୍ । ଲୋକଙ୍କ ବିଶ୍ୱାସ ସହ ଖେଳି ବଜାରକୁ ଏସବୁ ଛଡାଉଥିଲା । ଏକ ଦମ୍ ନୂଆ ଭଳି, ଆଉ ଓରିଜିନାଲ୍ ସିମେଣ୍ଟ ରେଟରେ ।

 ନଷ୍ଟ ହୋଇ ଯାଇଥିବା ମୁଣ୍ଡା ଓ ଗୁଣ୍ଡ ସିମେଣ୍ଟକୁ ସଂଗ୍ରହ କରି ଏହାକୁ ଚାଲୁଣି ଓ କାହାଳିରେ ଛଣାଯାଉଥିଲା । ଏହାପରେ ଅବିକଳ ଦିଶୁଥିବା ନାମୀ ଦାମୀ ବ୍ରାଣ୍ଡର ନକଲି ପ୍ୟାକେଟରେ ଭର୍ତ୍ତି କରି ଛଡାଯାଉଥିଲା । ବଜାରକୁ ପୋଲିସ ଚଢାଉ କରି ଗୋଦାମ ମାଲିକଙ୍କୁ ଗିରଫ କରିବା ସହ ହଜାର ହଜାର ବସ୍ତା ସିମେଣ୍ଟ, ନକଲି ସିମେଣ୍ଟ ତିଆରି ସାମଗ୍ରୀ ଏବଂ ନକଲି ସିମେଣ୍ଟ ବସ୍ତା ଭର୍ତ୍ତି ଏକ ବ୍ୟାଗ ଜବତ କରିଛି ।  

Advertisment

 ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ ଏସବୁ ନକଲି ପ୍ୟାକେଟ୍ ବ୍ରହ୍ମପୁରରୁ ଆସୁଥିଲା । ହେଲେ ଏଠି ପ୍ରଶ୍ନ ପ୍ୟାକିଂ ପରେ ଏସବୁ କେଉଁଠିକୁ ଯାଉଥିଲା? ଏଠାରୁ କିଏ କିଏ ସିମେଣ୍ଟ ନେଇ ବଜାରରେ ବିକ୍ରି କରୁଥିଲେ? ଗିରଫ ଗୋଦାମ ମାଲିକ ହିଁ ଏହି କାରବାରର ଅସଲି କାର୍ପଟଦାର ନା ଆଉ କିଏ ରହିଛି ଏହି କଳାଧନ୍ଦାର କିଙ୍ଗପିନ୍ ?  ପୂର୍ବରୁ ମଧ୍ୟ ୨୦୨୦ ଡିସେମ୍ବରେ ଏବଂ ୨୦୨୧ ଫେବ୍ରୁଆରୀରେ ଜଗତପୁରରେ ହିଁ ଚଢାଉ କରାଯାଇ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଥିଲା । ତା ସତ୍ତ୍ୱେ ଏହି କାରବାରକୁ ସଂପୂର୍ଣ୍ଣ ରୂପେ ରୋକାଯାଇ ପାରିନାହିଁ ।

 ରିପୋର୍ଟ - ପ୍ରଭାତ ବିଶୋୟୀ 

Duplicate Cement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ