Advertisment

ମେ'ରେ ବ୍ରାହ୍ଣଣୀ ସ୍ଥିତି ସଙ୍ଗୀନ : ଅଣ୍ଟାଏ ବି ପାଣି ନାହିଁ

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Drying up of Brahmani River

Drying up of Brahmani River

Advertisment

ଶୁଖିଲା ପଡିଛି ବ୍ରାହ୍ମଣୀ, ଚିନ୍ତାରେ ବଣାଇବାସୀ । ମେ ମାସରେ ବ୍ରାହ୍ମଣୀ ନଦୀର ସ୍ଥିତି ପୂରା ବେହାଲ ହେଲାଣି । ଯେଉଁ ନଦୀରେ ଦିନେ ଭରା ପାଣି ଲହଡ଼ି ମାରୁଥିଲା ଏବେ ଘାସ ଓ ବାଲି ଦେଖାଯାଉଛି । ନଦୀ କହିଲେ ଛୋଟିଆ ନାଳଟିଏ ଭଳି ଦେଖାଯାଉଛି । ସ୍ଥିତି ଏମିତି ହେଲାଣି ଯେ ବିଶ୍ୱାସ କରିବା କଷ୍ଟକର ହେଉଛି ଯେ ସେଇଠି ଦିନେ ଚିରସ୍ରୋତା ବ୍ରାହ୍ମଣୀ ବୋହୁଥିଲା ।

Advertisment

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି ।

ଜଳସ୍ତର କମିବାର କାରଣ ହେଉଛି ୧୨ରୁ ଅଧିକ ସ୍ପଞ୍ଜ କାରଖାନା, ପାୱାର ପ୍ଳାଣ୍ଟ ଓ ରାଇସ ମିଲ୍ । ସରକାରୀ ଅଧିକାରୀଙ୍କୁ ହାତ ବାରିସୀ କରି ବଡ଼ ମଟର ଲଗାଇ ନଦୀରୁ ପାଣି ଉଠାଯାଉଥିବା ଅଭିଯୋଗ ବି ହୋଇଛି । ଯଦି ବେଳ ଥାଉଥାଉ ଏଥି ପ୍ରତି ଦୃଷ୍ଟି ଦିଆନଯାଏ, ତେବେ ବଣାଇ ଓ ଲହୁଣୀପଡା ଅଞ୍ଚଳରେ ଘୋର ଜଳସଂକଟ ଦେଖାଯିବା ନେଇ ଆଶଙ୍କା କଲେଣି ଲୋକେ ।

Advertisment
Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ