Advertisment

ସଜନା ଛୁଇଁ ଚାଷ କରି ବି ହୋଇପାରିବେ ଲକ୍ଷପତି; ଜାଣନ୍ତୁ ଏହି ଚାଷର ସଠିକ୍ ପ୍ରଣାଳୀ

କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ସଜନା ଛୁଇଁ ଚାଷ ହେଉଛି ଏକ ଉତ୍ତମ ବିକଳ୍ପ । ଏହି ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

ଅଦ୍ୟତନ ହୋଇଛି
Drumstick farming is good source of income earn in crores with very low investment know  every detai

Drumstick farming is good source of income earn in crores with very low investment know every detai

Advertisment

କମ୍‌ ପରିଶ୍ରମରେ ଅଧିକ ରୋଜଗାର କରିବା ପାଇଁ ସଜନା ଛୁଇଁ ଚାଷ ହେଉଛି ଏକ ଉତ୍ତମ ବିକଳ୍ପ । ଏହି ଚାଷ କରୁଥିବା ଚାଷୀମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।ଅନ୍ୟାନ୍ୟ ଚାଷ ପରି, ପ୍ରତ୍ୟେକ ଥର କ୍ଷେତ ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନାହିଁ ଏମିତିକି ବାରମ୍ବାର ମଞ୍ଜି ପକାଇବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏହି ଚାଷରେ ଥରେ ଗଛ ଲଗାଇଲେ  ଚାରି ବର୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

Advertisment

ଦେଶର ଅଧିକାଂଶ ରାଜ୍ୟରେ ସଜନା ଛୁଇଁ ଚାଷ ​​କରାଯାଇଥାଏ । ଏଥିରେ ଅନେକ ପ୍ରକାରର ମଲ୍ଟି ଭିଟାମିନ୍, ପ୍ରୋଟିନ୍, ଆମିନୋ ଏସିଡ୍ ଥାଏ । ସ୍ୱାସ୍ଥ୍ୟ ସପ୍ଲିମେଣ୍ଟ ଆକାରରେ ଏହାର ଚାହିଦା ଗତ କିଛି ବର୍ଷ ଧରି ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଅନେକ ପ୍ରକାରର ତରକାରୀରେ ବ୍ୟବହୃତ ହୋଇଥାଏ। ଏହାକୁ ଇଂରାଜୀରେ ‘ଡ୍ରମ୍ ଷ୍ଟିକ୍’ ମଧ୍ୟ କୁହାଯାଏ ।

ଗୁଜୁରାଟର ଶୋଲାପୁରର ଜଣେ କୃଷକ ସନ୍ଦୀପ କଦମ ମଧ୍ୟ ସଜନା ଛୁଇଁ ଚାଷ ​​କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସଜନା ଛୁଇଁ ଲଗାଇବାର ପ୍ରାୟ ପାଞ୍ଚ ମାସ ପରେ ହିଁ ଫଳ ହେବା ଆରମ୍ଭ ହୋଇଥାଏ । ଏହା ବ୍ୟତୀତ ସଜନା ପତ୍ରରୁ ଅନେକ ପ୍ରକାରର ଉତ୍ପାଦ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ମୁଖ୍ୟତଃ ଗୁଜୁରାଟ, କର୍ଣ୍ଣାଟକ, ଓଡିଶା ଏବଂ ତାମିଲନାଡୁରେ ଏକ ଅଧିକ ପରିମାଣରେ ଚାଷ କରାଯାଏ ।

Advertisment

ସଜନା ଚାଷ ପାଇଁ ଉପଯୁକ୍ତ ତାପମାତ୍ରା :

ସଜନା ଛୁଇଁ ଚାଷ ପାଇଁ ସ୍ୱାଭାବିକ ତାପମାତ୍ରା ଆବଶ୍ୟକ । ଏଥିପାଇଁ ୩୦ରୁ ୩୫ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରହିବା ଉଚିତ୍‌ । ସାଧାରଣତଃ ଏହି ଚାଷକୁ ଏପ୍ରିଲ ଓ ମେ’ ମାସରେ ଲଗାଯାଏ ଯାହା ଫଳରେ ଡିସେମ୍ବର ଓ ଜାନୁଆରୀ ମାସରେ ସଜନା ପତ୍ର ଓ ଛୁଇଁ ଫଳିଥାଏ । ଏହାସହ ଏହି ଗଛ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିପାରେ ।

ମଞ୍ଜିରୁ ଭଲ ଅମଳ ହୋଇଥାଏ:

କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଭଲ ସଜନା ଗଛରୁ ଅଧିକ ଅମଳ ହୋଇଥାଏ । ମଞ୍ଜି ଲଗାଇବା ଦ୍ୱାରା ଭଲ ଫସଲ ହୋଇଥାଏ । ଏହା ବ୍ୟତୀତ ଯେଉଁଠାରେ ଗଛ ବଢିଥାଏ ସେଠାରେ ଭଲ ମାଟି  ରହିବା ଆବଶ୍ୟକ ।

Advertisment

ଅମଳ କରିବାର ପଦ୍ଧତି :

ସଜନା ଛୁଇଁ ଚାଷ କରିବା ଅତ୍ୟନ୍ତ ସହଜ ଅଟେ । ଏହାକୁ ସର୍ବଦା ଧାଡ଼ିରେ ରଖିବା ଉଚିତ୍ । ଦୁଇଟି ଗଛ ମଧ୍ୟରେ ପାଞ୍ଚ ଫୁଟର ଦୂରତା ଏବଂ ଦୁଇଟି ରେଖା ମଧ୍ୟରେ ୧୨ ଫୁଟ ଦୂରତା ରହିବା ଆବଶ୍ୟକ । ଗୋଟିଏ ଏକରରେ  ୫୦୦ ରୁ ୬୦୦ ଗ୍ରାମ ବିହନ ବା ମଞ୍ଜି ଆବଶ୍ୟକ ପଡିଥାଏ ।

ପ୍ରଥମେ ଏଥିରେ ଗୋବରର ସାର ଦେବା ମଧ୍ୟ କୌଣସି ଆବଶ୍ୟକ ନଥାଏ । ହେଲେ ଏହାର ପୋଷଣ ପାଇଁ ୟୁରିଆ ଦିଆ ଯାଇଥାଏ । ଗଛ ବଢ଼ିବା ପରେ ଏହାର ମୂଳରେ ଗୋବର ଦେଇପାରିବେ । ଏଥିରେ ଅଧିକ ଜଳସେଚନର ଆବଶ୍ୟକତା ମଧ୍ୟ ନଥାଏ ।

ସଜନା ଛୁଇଁର ଆକାର :

ସଜନା ଗଛ ଲଗାଇବା ପରେ ଏହାକୁ ପ୍ରତି ପାଞ୍ଚ ମାସରେ ଥରେ ଅମଳ କରାଯାଇପାରେ । ଗୋଟିଏ ଛୁଇଁର ଲମ୍ବ ପ୍ରାୟ ୧୨ ରୁ ୧୩ ମିମି ରହିଥଥିବାବେଳେ ଏହାର ଓଜନ ପ୍ରାୟ ୮୦ ଗ୍ରାମ ପର୍ଯ୍ୟନ୍ତ ରହିଥାଏ । ଗଛରେ ଏହାର ଫୁଲ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ରହିଥାଏ । ଫୁଲ ନ ଝଡ଼ିବା ତଥା ପତ୍ରରେ ପୋକ ନ ଲାଗିବା ପାଇଁ ବେଳେବେଳେ ଗଛରେ ଫଙ୍ଗିସାଇଡ୍(Fungicide) ସ୍ପ୍ରେ କରିବା ନିହାତି ଆବଶ୍ୟକ ।

ବିହନ ତୋଳିବା ପ୍ରକ୍ରିୟା:

ବିହନ ପ୍ଲଟଗୁଡିକର ପରିଚାଳନା ଅଲଗା ରହିଥାଏ । ଏହାସହ ଏଠାରେ ଭିନ୍ନ ଭାବରେ ଜଳସେଚନ ମଧ୍ୟ କରାଯାଏ । ସାଧାରଣତଃ ପୁରୁଣା ଗଛରୁ ମଞ୍ଜି ବାହାର କରାଯାଏ । ଏଥିପାଇଁ ଫଳକୁ ପ୍ରାୟ ସାଢ଼େ ୩ ମାସ ପର୍ଯ୍ୟନ୍ତ ଗଛରେ ଶୁଖିବାକୁ ଛାଡ଼ିଦିଆଯାଏ । ଯାହା ପରେ ହିଁ ମଞ୍ଜି ବାହାର କରାଯାଇଥାଏ । ମଞ୍ଜିଗୁଡିକ ଭଲ ଭାବରେ ଶୁଖାଇ ସେଥିରେ ସଲ୍‌ଫର ଓ ନିମ୍ୱ ତେଲରେ ସ୍ପ୍ରେ କରାଯାଏ । ଏହା ପରେ ବିକ୍ରି ପାଇଁ ବଜାରକୁ ପଠାଯାଏ ।

ଉତ୍ପାଦନ ଓ ରୋଜଗାର:

ଗୋଟିଏ ଏକରର ସଜନା ଛୁଇଁ ଚାଷରେ ପ୍ରଥମ ବର୍ଷରେ ପ୍ରାୟ ୧୨ରୁ ୧୩ ଟନ୍‌ ସାମଗ୍ରୀ ଉତ୍ପାଦନ ହୋଇଥାଏ । ସେହିପରି ଏହା ଦ୍ୱିତୀୟ ବର୍ଷରେ ବୃଦ୍ଧି ପାଇ ୧୬ରୁ ୧୭ ଟନ୍‌ ପର୍ଯ୍ୟନ୍ତ ସାମଗ୍ରୀ ଉତ୍ପାଦନ ହୋଇଥାଏ । ଏହିପରି ଭାବେ ପ୍ରଥମ ବର୍ଷରେ ହିଁଁ ଏହି ଚାଷ ଦ୍ୱାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥିବାବେଳେ ଗୋଟିଏ ଏକରରେ ପ୍ରାୟ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।

Drumstick Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ