Advertisment

କାଲିଠୁ ଗଡ଼ିବନି ବସ୍‌, ଟ୍ରକ୍‌

ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ।

ଅଦ୍ୟତନ ହୋଇଛି
Boycott Steering Protest

Boycott Steering Protest

Advertisment

ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ। ତେବେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ।’ ସେହିପରି ଡ୍ରାଇଭର ମହାସଂଘର ସଂପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି, ‘ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ବେଳେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ। ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ।’

Advertisment

୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବି ପ୍ରତି ଉଚିତ୍‌ ପଦକ୍ଷେପ ନେବେ ସରକାର। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି।  ସେ କହିଛନ୍ତି, ଡ୍ରାଇଭର ମହାସଂଘ ସହ ଆଲୋଚନା ସକାରାତ୍ମକ ରହିଛି।  ଡ୍ରାଇଭରଙ୍କ ପ୍ରତି ଅନ୍ୟ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଦେଖାଯିବ। ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ବିଭିନ୍ନ ରାଜ୍ୟକୁ ପଠାଯିବ। ଏହି କମିଟିରେ ମନ୍ତ୍ରୀ ଓ ଅଫିସର ରହିବେ। କମିଟିର ଅନୁଧ୍ୟାନ ଆଧାରରେ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।  

ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଲାବୋଲ କରିଛି। ବିଭିନ୍ନ ଦାବି ପୂରଣ ନେଇ ସରକାର ୩ ମାସ ସମୟ ମାଗିବା ପରେ ଧାରଣାରୁ ହଟିଛନ୍ତି ଆନ୍ଦୋଳନକାରୀ। ହେଲେ ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ମହାସଂଘ। ତେବେ ୨ ଲକ୍ଷରୁ ଅଧିକ ଡ୍ରାଇଭର ରାଜଧାନୀ ଭୁବନେଶ୍ୱରରେ ପଶିବାରୁ ବେହାଲ ହୋଇଯାଇଥିଲା ଭୁବନେଶ୍ୱର ହାଲ୍। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଥିଲା ଟ୍ରାଫିକ ପୋଲିସ। ଧାରଣା, ରାସ୍ତାରୋକ, ନାରାବାଜି, ପିକେଟିଂରେ ଉଠୁଥିଲା ପଡ଼ୁଥିଲା ରାଜଧାନୀର ରାଜରାସ୍ତା। ତେବେ ୩ ମାସ ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଧାରଣାକୁ ଓହ୍ଲାଇବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ମହାସଂଘ।

Advertisment

ସୂଚନାଥାଉ କି, ସୁରକ୍ଷା, ବୀମା, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ଗତକାଲିଠୁ ରାଜଧାନୀମୁହାଁ ହୋଇଥିଲେ ୩୦ ଜିଲ୍ଲାର ପ୍ରାୟ ୨ ଲକ୍ଷ  ଡ୍ରାଇଭର। ଆଜି ସକାଳ ହେବା କ୍ଷଣି ଆରମ୍ଭ ହୋଇ ଯାଇଥିଲା ରାଲି, ଧାରଣା ଆଉ ପ୍ରତିବାଦ। ଦୀର୍ଘ ୫ ଘଣ୍ଟା ଧାରଣା ପରେ ସରକାର ଆଲୋଚନାକୁ ନ ଆସିବାରୁ ଏଜି ଓ ଲୋୟର ପିଏମଜିରେ ରାସ୍ତାରୋକ କରିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ। ପରେ ପୋଲିସ ବୁଝାମଣା କରି ୫ ଜଣିଆ ପ୍ରତିନିଧି ଦଳ ଆଲୋଚନାକୁ ଯିବାରୁ ରାସ୍ତାରୋକ ହଟିଥିଲା। ତେବେ ମାଷ୍ଟରକ୍ୟାଣ୍ଟିନ ଛକକୁ ଚାରିପଟୁ ବନ୍ଦ କରି ରଖିଥିଲେ ଆନ୍ଦୋଳନକାରୀ। ଆଲୋଚନା ସଫଳ ହୋଇଥିବା ଜଣାପଡ଼ିବା ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ। 

Boycott Steering Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ