ନଳକୂପ ଯୋଗୁଁ ଗାଁରେ କୃତ୍ରିମ ବନ୍ୟା : ଖରା ଯାଇ ବର୍ଷା ଆସିଲାଣି, ଏବେ ସ୍ଥିତି ଆହୁରି ଦୟନୀୟ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

ନଳକୂପ ଯୋଗୁଁ ଗାଁରେ କୁତ୍ରିମ ବନ୍ୟା

ନଳକୂପ ପାଣି ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପିପିଲିପଦର ଗାଁରେ ଦେଖାଦେଇଛି କୃତ୍ରିମ ବନ୍ୟା । ଗାଁରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜିବା ସହ ଦୀର୍ଘ ପଞ୍ଚ ମାସ ହେଲା ଗାଁ ମଝିରେ ଜମି ରହିଛି ଆଣ୍ଠୁଏ ପାଣି । ପାଣି ନିଷ୍କାସନ ହୋଇ ନପାରିବାରୁ ଲୋକଙ୍କ ଘର ସାମ୍ନାରେ ଲହଡି ମାରୁଛି ନଳକୂପ ପାଣି । ଯେଉଁଥି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ହେଲେ ପ୍ରଶାସନ ଅଣଦେଖା ପାଇଁ ସୁଧୁରି ପାରିନାହିଁ ଗାଁର ଜଳ ନିଷ୍କାସନ ବ୍ୟବସ୍ତା । ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବାରୁ ଆନ୍ଦୋଳନ ଧମକ ଦେଇଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଦୀର୍ଘ ପାଞ୍ଚ ମାସ ହେଲା ନଳକୂପର ପାଣି ଗାଁ ମଝିରେ ଜମି ରହିବା ସହ ଗାଁରେ ଦେଖାଦେଇଛି କୁତ୍ରିମ ବନ୍ୟା । ଫଳରେ ବେହାଲ ହୋଇପଡିଛି ପିପିଲିପଦର ଗାଁ । ମଇଳା ଅପରିଷ୍କାର ପାଣି ମାଡି ପ୍ରତିଦିନ ଛାତ୍ରଛାତୀ ମାନେ ସ୍କୁଲକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ଗାଁର ଶହଶହ ଲୋକ ମଧ୍ୟ ଯିବା ଆସିବା କରୁଛନ୍ତି ।

ତେବେ ଏହି ଅବସ୍ଥା ଦିନେ କି ଦୁଇ ଦିନର ନୁହେଁ ଦିର୍ଘ ପାଞ୍ଚ ମାସ ହେବ ଗାଁର ଅବସ୍ତା ଏମିତି ହୋଇପଡିଛି । ଗାଁ ମଝିରୁ ଜଳ ନିଷ୍କାସନ କରିବା ପାଇଁ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ବିଡିଓ, ତହସିଲଦାର, ଏନଏସି ଇଓ, ଚେୟ୍ୟାରମେନ୍ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ବି କୈାଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଫଳରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ।

ଅପରପକ୍ଷରେ ଏନେଇ ବିନିକା ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ଗାଁରେ ଗୋଷ୍ଠୀ ବିବାଦ ପାଇଁ ଡ୍ରେନେଜ ସମସ୍ୟା ଲାଗିରହିଛି । ଡିମାରକେସନ କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ।