Advertisment

ମାଇକେଲ୍ ଜ୍ୟାକ୍‌ସନ୍‌ ପରି ମୁନ୍‌ୱାକ୍ କଲା ପାରା

ଆମେ ସମସ୍ତେ ମାଙ୍କଡ଼, ବିଲେଇ, କୁକୁର ପରି ପଶୁମାନଙ୍କର ନାଚ ଦେଖିଛୁ। ତାଲିମ ପ୍ରାପ୍ତ ପଶୁମାନଙ୍କର ଏପରି ଅନେକ ଭିଡିଓ ଇଣ୍ଟର୍‌ନେଟ୍‌ରେ ମଧ୍ୟ ଅଛି। କିନ୍ତୁ ଆପଣ କେବେ ପାରା ନାଚୁଥିବା ଦେଖିଛନ୍ତି କି? କିନ୍ତୁ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Dove moonwalk like Michael Jackson

Dove moonwalk like Michael Jackson

Advertisment

ଆଜିକାଲି ପଶୁ ପକ୍ଷୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏ ସବୁକୁ ଲୋକେ ଦେଖିବା ପରେ ଖୁବ ପସନ୍ଦ କରୁଥିବା ଦେଖାଯାଏ। ଏହି ଭିଡିଓଗୁଡିକ କେତେବେଳେ ଆଶ୍ଚର୍ଯ୍ୟଜନକ ହୋଇଥାଏ ତ ପୁଣି କେତେବେଳେ ଏହା ଜଣକର ଦିନକୁ ଖୁସି କରିଦେଇଥାଏ। ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆପଣଙ୍କ ମନକୁ ଖୁସି କରିଦେବ। ନିକଟରେ ଏକ ପାରାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ପରି ନାଚୁଥିବାର ନଜର ଆସିଛି।

Advertisment

ପଶୁପ୍ରେମୀମାନେ ପ୍ରାୟତଃ ଇଣ୍ଟର୍‌ନେଟ୍‌ରେ ପଶୁ ପକ୍ଷୀଙ୍କ ସହିତ ଜଡିତ ଫଟୋ ଓ ଭିଡିଓ ଦେଖି ସମୟ ଅତିବାହିତ କରନ୍ତି। ଆମେ ସମସ୍ତେ ମାଙ୍କଡ଼, ବିଲେଇ, କୁକୁର ପରି ପଶୁମାନଙ୍କର ନାଚ ଦେଖିଛୁ। ତାଲିମ ପ୍ରାପ୍ତ ପଶୁମାନଙ୍କର ଏପରି ଅନେକ ଭିଡିଓ ଇଣ୍ଟର୍‌ନେଟ୍‌ରେ ମଧ୍ୟ ଅଛି। କିନ୍ତୁ ଆପଣ କେବେ ପାରା ନାଚୁଥିବା ଦେଖିଛନ୍ତି କି? ଅଧିକାଂଶ ଲୋକେ ନିଶ୍ଚିତ ନାଁ ବୋଲି କହିବେ। କିନ୍ତୁ ଏଭଳି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳେ।

ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ କ୍ୟାମେରା ପାରାଟି ଉପରେ ପଡ଼ିବା ମାତ୍ରେ ସେ ନାଚିବା ଆରମ୍ଭ କରେ। ସେ ଗୋଟିଏ ସେକେଣ୍ଡରେ ନିଜ ମୁମେଣ୍ଟକୁ ଧରିନିଏ ଆଉ ମାଇକେଲ୍ ଜ୍ୟାକ୍‌ସନ୍‌ଙ୍କ ମୁନ୍ ୱାକ୍ କରିବା ଆରମ୍ଭ କରିଦିଏ। ସେ ଏହି ଷ୍ଟେପ୍‌ଗୁଡ଼ିକୁ ଥରେ ଅଧେ ନୁହେଁ ଅନେକ ଥର କରୁଥିବା ଦେଖାଯାଏ। ତା’ର ଏହି ନାଚକୁ ଦେଖି ଲାଗୁଛି ଯେପରି ସେ ଜଣେ ବୃତ୍ତିଗତ ନୃତ୍ୟଶିଳ୍ପୀଙ୍କଠାରୁ ତାଲିମ ନେଇଛି!

Advertisment

ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରୁଛନ୍ତି। ସେମାନେ ଯେ ଏହାକୁ କେବଳ ପରସ୍ପର ସହ ଶେୟାର କରୁଛନ୍ତି ତାହା ନୁହେଁ ବରଂ ଏହା ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଅଧିକାଂଶ ଲୋକ କୁହନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ଏକ ପାରା ଏଭଳି ନାଚୁଥିବା ଦେଖିଛନ୍ତି। ଏହା ବ୍ୟତୀତ ଅନେକ ଲୋକ କହିଛନ୍ତି ଯେ ଏହା ଦେଖିବା ପରେ ସେମାନେ ତାଙ୍କର ହସକୁ ନିୟନ୍ତ୍ରଣ କରିବାରେ ଅସମର୍ଥ।

Advertisment

ପ୍ରକାଶଥାଉ ଯେ ଏହି ଭିଡିଓ ଇନ୍‌ଷ୍ଟାଗ୍ରା୍‌ମରେ funanimalvids ନାମକ ଏକ ଆକାଉଣ୍ଟ ମାଧ୍ୟମରେ ଶେୟାର କରାଯାଇଛି। ଏହା ସହିତ ଏକ ମଜାଦାର କ୍ୟାପସନ୍ ମଧ୍ୟ ଲେଖାଯାଇଛି। ଖବର ଲେଖିବା ବେଳକୁ ଏହି ଭିଡିଓଟି ପାଖାପାଖି ୬୦ ହଜାର ଭ୍ୟୁ ପାଇଥିବାବେଳେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲାଇକ୍ ମଧ୍ୟ ମିଳିସାରିଥିଲା।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ