Advertisment

ଆସିଲାନି ଆମ୍ବ, ତିଆରି ହୋଇ ପାରିଲାନି ଚମ୍ପେତ : କିପରି ଚଳିବେ ନିୟମଗିରି ଡ଼ଙ୍ଗରିଆ କନ୍ଧ ?

ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ ।

Special story

Special story

Advertisment

ଆମ୍ବରୁ ତିଆରି ଚମ୍ପେତ ଦେଖିବାକୁ ଯେମିତି, ଖାଇବାକୁ ମଧ୍ୟ ସେମିତି ସୁଆଦିଆ । ଚମ୍ପେତ ଆଦିମ ଜନଜାତି ନିୟମଗିରି ଡ଼ଙ୍ଗରିଆ କନ୍ଧଙ୍କ ରୋଜଗାରର ଏକ ପନ୍ଥା କହିଲେ ଚଳେ । ହେଲେ ଚଳିତ ବର୍ଷ ଆମ୍ବ କମ ଫଳିବାରୁ ତିଆରି ହୋଇପାରିନି ଚମ୍ପେତ । ଫଳରେ ନିୟମଗିରିରେ ଏଥର ବେପାର ଘାଟା ହୋଇଛି ।

Advertisment

ନିୟମଗିରି ଡ଼ଙ୍ଗରିଆ କନ୍ଧମାନେ ସାଧାରଣତଃ ଜୁନ ,ଜୁଲାଇ ମାସରେ ଏହି ଚମ୍ପେତ ତିଆରି କରନ୍ତି । ଚାହିଦା ନଥିବା ଠୁରି ଆମ୍ବକୁ ସଂଗ୍ରହ କରି ତାକୁ ଧୋଇ ଛୋଟ ଛୁରୀରେ ଅଧ ଚୋପା ଚାଞ୍ଛି ଦିଆଯାଏ । ଆଉ ତା’ପରେ ସରୁ ସରୁ କାଟି ଟାକୁଆ ବାହାର କରି ଦିଅନ୍ତି। କଟା ପାଚିଲା ଆମ୍ବକୁ ରସି କିମ୍ବା ସରୁ କାଠ ଫାଳିଆ ଉପରେ ଶୁଖାଇ ଦିଅନ୍ତି। ଶୁଖିବା ପରେ ବନିଯାଏ "ଆମ୍ବ ଚମ୍ପେତ'। ଆଉ ଏହି ଆମ୍ବ ଚମ୍ପେତ ପ୍ରସ୍ତୃତ ହେବା ପାଇଁ ପ୍ରାୟ ୧୦ ରୁ ୧୫ ଦିନ ସମୟ ଲାଗିଥାଏ।

ଗୁଡ଼, ଲଙ୍କାଗୁଣ୍ଡ ଓ ଲୁଣ କୁ ମିଶାଇ ଅଳ୍ପ ପାଣି ଦେଇ ଫୁଟାଇବା ପରେ ଆମ୍ବ ଚମ୍ପେତକୁ ପକାଇ ଗୋଳାଇ ଦିଆଯାଏ। । ଏକ ପ୍ରକାର ଆଚାର ବନିଗଲା ପରେ ଡଙ୍ଗରିଆ କନ୍ଧ ମାନେ ଏହାକୁ ପଖାଳ ସହ ଖାଇଥାଆନ୍ତି । ଖାଲି ସେତିକି ନୁହେଁ ବର୍ଷା ଋତୁରେ ଡଙ୍ଗରିଆ କନ୍ଧଙ୍କ ଆୟ କିଛି ନଥିବାରୁ ଏହି ଚମ୍ପେତ ବଦଳରେ ଆବଶ୍ୟକୀୟ ଚାଉଳ, ମାଣ୍ଡିଆ, ଲୁଣ ଆଦି ଅତି ଜରୁରୀ ଜିନିଷ କ୍ରୟ କରନ୍ତି ।

Advertisment

ଏହି ଆମ୍ବ ଚମ୍ପେତ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ବେସ ଚାହିଦା ରହିଥିବାରୁ ଡଙ୍ଗରିଆଙ୍କ ଠାରୁ ସଂଗ୍ରହ କରି ସ୍ଥାନୀୟ ସାହୁକାରମାନେ ବାହାରକୁ ପଠାନ୍ତି । ସାଧାରଣଃ ନିୟମଗିରି ଅଞ୍ଚଳର ଆମ୍ବ ଚମ୍ପେତ ସୁସ୍ୱାଦୁ ହୋଇଥିବାରୁ ଏହାର ଚାହିଦା ଅଧିକ ଥାଏ।

ହେଲେ ଚଳିତ ବର୍ଷ ଆବଶ୍ୟକୀୟ ଆମ୍ବ ଆସି ନଥିବାରୁ ଆମ୍ବ ଚମ୍ପେତ କମ ରହିଛି ଫଳରେ ଆଦିମ ଜନଜାତି ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ୩୬ ଗାଁର ଡ଼ଙ୍ଗରିଆ କନ୍ଧଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ବର୍ଷଟା ଜାକ କିପରି ଚଳିବେ ଭାଳି ହେଉଛନ୍ତି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ