Advertisment

ମସାଜ୍‌ର ମଜା ନେଉଛି କୁକୁର

ପୋଷା ପଶୁଙ୍କ ମଜାଳିଆ ଭିଡିଓ କିଏ ବା ଦେଖିବାକୁ ଭଲ ନପାଏ। ସେ ବିଲେଇ ହେଉ କି କୁକୁର। ଏବେ କୁକୁରର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯିଏ ମସାଜ୍‌ର ମଜା ନେଉଛି।

Dog taking massage

Dog taking massage

Advertisment

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ଦେଖାଯାଏ ଯେ ପପଶୁମାନଙ୍କର ଭିଡିଓ ଭାଇରାଲ ହେବାର। ଲୋକମାନେ ନିଜ ନିଜେ ପୋଷା ପଶୁମାନଙ୍କର ଭିଡିଓ କରି ସୋସିଆଲ୍ ମିଡିଆରେ ଶେୟାର କରନ୍ତି। ଏହିସବୁ ଭିଡିଓ ଲୋକମାନଙ୍କୁ ଢେରସାରା ମଜା ଦେଇଥାଏ। ଲୋକେ ଏହି ସବୁ ଭିଡିଓ ଦେଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶେୟାର କରନ୍ତି। ଲୋକେ ଲା‍ଇକ୍ କମେଣ୍ଟ ବି କରନ୍ତି। ଆଜି ବି ସେମିତି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisment

ଅନେକ ସମୟରେ ଲୋକମାନେ ପୋଷା କୁକୁରକୁ ନେଇ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ଲୋକମାନେ ବି ଏହି କୁକୁର ଭିଡିଓଗୁଡିକୁ ବହୁତ ପସନ୍ଦ କରନ୍ତି। ବର୍ତ୍ତଅମାଣ କୁକୁର ମସାଜ ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଥିବା ଦେଖାଯାଉଛି।

ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିବା ପରେ, ଆପଣ ନିଶ୍ଚୟ ବୁଝିପାରିବେ ଯେ ଏପରି ଭିଡିଓ କାହିଁକି ସବୁ ବେଳେ ଭାଇରାଲ୍ ହେଉଛି? ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ନିଜ କୁକୁରକୁ ମାଲିସ୍ କରୁଛନ୍ତି। କୁକୁରଟି ମଧ୍ୟ ମସାଜ୍‌କୁ ଖୁବ୍ ଉପଭୋଗ କରୁଛି। ମସାଜ ହେଲାବେଳେ ସେ ଆରାମରେ ନିଜ ଶରୀରକୁ ଦେଖେଇ ଦେଉଛି। ଏହି ଭିଡିଓ ଯିଏ ବି ଦେଖିବ ସେ ନ ହସି ରହିପାରିବ ନାହିଁ। ଲୋକମାନେ ଏହାର ମଜା ନେଉଥିବା ବେଳେ ଭିଡିଓଟିକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓଟିକୁ joymishra5 ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ଦ୍ୱାରା ଶେୟାର କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିଲା। ସେହିପରି ଏହି ଭିଡିଓକୁ ୨ ହଜାର ୪ଶହରୁ ଅଧିକ ଲାଇକ୍ ମଧ୍ୟ ମିଳିଛି। ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ପ୍ରକୃତରେ ବହୁତ ସୁନ୍ଦର କୁକୁର। ସେହିପରି ଅନ୍ୟ ଜଣେ ବ୍ୟକ୍ତି ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ବହୁତ କୌତୁତିଆ ବୋଲି ଲେଖିଛନ୍ତି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ