Advertisment

ଭୋକିଲା ମା’କୁ ଲାଳସା ଦେଖେଇ ପୁଅ ଖାଉଥିଲା, କୁକୁର ଦେଲା ଶିକ୍ଷା

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେଉଁମାନଙ୍କର ବି କୁକୁର ପ୍ରତି ଘୃଣାଭାବ ଥିବ ତାହା ଦୂର ହୋଇଯିବ। ଏହି ଭିଡିଓରେ ଦେଖାଯାଏ ଯେ, ଭୋକିଲା ମା’କୁ ଖାଇବାକୁ ନ ଦେଇ ପୁଅ ଖାଉଥିବା ଦେଖି କୁକୁରଟି ନେଇଛି ଏକ ଉତ୍ତମ ପଦକ୍ଷେପ।

ଅଦ୍ୟତନ ହୋଇଛି
Dog attacks son eating food beside hungry mother

Dog attacks son eating food beside hungry mother

Advertisment

ଆପଣ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ ଆଉ ବହିରେ ମଧ୍ୟ ପଢିଥିବେ ଯେ କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ। ଏହାର ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳେ। ଅନ୍ୟ ପଶୁମାନଙ୍କ ଅପେକ୍ଷା କୁକୁର ମଣିଷର ଖୁବ ନିକଟତର ହୋଇଥାଏ। ଏମିତି ଅନେକ ଘଟଣା ଅଛି ଯେତେବେଳେ କୁକୁରମାନେ ନିଜ ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗେଇ ଦିଅନ୍ତି। ଯେତେବେଳେ ସେମାନେ ନିଜ ମାଲିକଙ୍କ ପ୍ରତି କୌଣସି ଅନ୍ୟାୟ ହେଉଥିବା ଦେଖନ୍ତି ତେବେ ସେମାନେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେଉଁମାନଙ୍କର ବି କୁକୁର ପ୍ରତି ଘୃଣାଭାବ ଥିବ ତାହା ଦୂର ହୋଇଯିବ।

Advertisment

ଏହି ଭିଡିଓ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍ ଟ୍ୱିଟରରେ ସେୟାର କରାଯାଇଥିଲା। ଏହି ସୁନ୍ଦର ଭିଡିଓ @ bellalilli161 ନାମକ ଆକାଉଣ୍ଟରେ ଶେୟାର କରାଯାଇଥିଲା। ଭିଡିଓଟି ଲୋକଙ୍କ ହୃଦୟ ଜିତୁଛି। ଏହି ଭିଡିଓରେ ଜଣେ ବୃଦ୍ଧ ମହିଳାଙ୍କ ପାଖରେ ତାଙ୍କର ଗୋଲ୍ଡେନ୍ ରିଟ୍ରିଭର୍‌ କୁକୁର ବସିଥିବା ଦେଖାଯାଏ। ଏହା ସହିତ ବୃଦ୍ଧ ମହିଳାଙ୍କ ପୁଅ ମଧ୍ୟ ଭିଡିଓରେ ନଜର ଆସିଛନ୍ତି।

ଏହି ବ୍ୟକ୍ତି ଜଣକ ଏକ ପାତ୍ରରେ କିଛି ଖାଦ୍ୟ ଧରିଛନ୍ତି। ପ୍ରଥମେ ତାଙ୍କ ପାତ୍ରରୁ ଏକ ଚାମଚରେ ଖାଦ୍ୟ ନେଇ କୁକୁରକୁ ଖାଇବାକୁ ଦିଅନ୍ତି। କିନ୍ତୁ କୁକୁର ଏହାକୁ ନ ଖାଇ ସେହି ବୃଦ୍ଧ ମହିଳାଙ୍କୁ ଦେବାକୁ ଇସାରା ଦେବା ଦେଖାଯାଏ। ଏହାପରେ ବ୍ୟକ୍ତିଜଣକ ତାଙ୍କ ମା’ଙ୍କ ଆଡକୁ ଖାଦ୍ୟ ଦେଖାନ୍ତି। କିନ୍ତୁ ସେ ଠିକ ଏହି ସମୟରେ କିଛି ବଦମାସୀ କରୁଥିବା ଦେଖାଯାଏ।

Advertisment

ସେ ଖାଦ୍ୟକୁ ମହିଳାଙ୍କ ପାଟି ପାଖକୁ ନେଲା ସମୟରେ ଯେତେବେଳେ ତାଙ୍କ ମା’ ଖାଇବାକୁ ମୁହଁ ବଢାନ୍ତି ବ୍ୟକ୍ତି ଜଣକୁ ମୁହଁ ପାଖରୁ ଚାମଚ ଫେରାଇ ଆଣନ୍ତି ଆଉ ନିଜେ ଖାଇଦିଅନ୍ତି। ଏହି ସମୟରେ କୁକୁରଟି ଏସବୁକୁ ଦେଖୁଥିଲା । ବୃଦ୍ଧ ମହିଳାଙ୍କ ପାଟିରୁ ଖାଦ୍ୟ ଫେରାଇ ଆଣି ପୁଅ ନିଜେ ଖାଉଥିବା ଦେଖିବା ମାତ୍ରେ କୁକୁରଟି ରାଗିଯାଇଥିଲା ଓ ଏକ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଥିଲା। କୁକୁରଟି ସୋଫାରୁ ଉଠିଲା ଆଉ ସେହି ବ୍ୟକ୍ତିକୁ ନିଜ ପଞ୍ଜାରେ ମାରିବାକୁ ଲାଗିଲା। ମାରି ମାରି ସେ ବ୍ୟକ୍ତିକୁ ତଳେ ଗଡେଇ ଦେଇଥିଲା।

Advertisment

ଲୋକମାନେ ଏହି ଭିଡିଓକୁ ଇଣ୍ଟର୍‌ନେଟ୍‌ରେ ଖୁବ ପସନ୍ଦ କରୁଛନ୍ତି। ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ହେଉଛି ପ୍ରକୃତ ପ୍ରେମ।

ତେବେ ଆପଣ ଜାଣିରଖନ୍ତୁ ଯେ ଏହା ହେଉଛି ଏକ ମଜାଳିଆ ଭିଡିଓ। ଏହିପରି ମୁହୂର୍ତ୍ତଗୁଡିକ ଦେଖାଇବା ପାଇଁ ବ୍ୟକ୍ତିଜଣଙ୍କୁ ଏହାକୁ ସୁଟିଂ କରିଛନ୍ତି। କୁକୁରର ପ୍ରତିକ୍ରିୟାକୁ ରେକର୍ଡ କରିବା ପାଇଁ ବ୍ୟକ୍ତି ଜଣକ ତାଙ୍କ ମା’ଙ୍କ ସହିତ ମିଶି ଏହି ଭିଡିଓ ସୁଟ୍ କରିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ