Advertisment

ଦିନରେ ରୋଗୀ ଚିକିତ୍ସା କରୁଛନ୍ତି, ରାତିରେ ଯମ ପରି ବିକଟାଳ ରଡ଼ି ଛାଡ଼ୁଛନ୍ତି

କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ ।

ଅଦ୍ୟତନ ହୋଇଛି
Doctor Becomes Actor

Doctor Becomes Actor

Advertisment

ବିକଟାଳ ସ୍ୱରରେ କଥା ହେଉଛନ୍ତି ଯମରାଜ। ପୁଣି ଦୁଇ ଦୂତଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ମର୍ତ୍ତ୍ୟ ଲୋକକୁ ଯାଇ ପ୍ରାଣ ଆଣିବାକୁ। ଯମରାଜଙ୍କ ଜବରଦସ୍ତ ଡାଇଲଗ୍‌ରେ ଦୁଲୁକିଯାଉଛି ମଞ୍ଚ। ଯମ ଚରିତ୍ରରେ ଯେଉଁ ବ୍ୟକ୍ତି ଜଣକ ଅଭିନୟ କରୁଛନ୍ତି ସିଏ ନିଜେ ଜଣେ ଡାକ୍ତର। ବଲାଙ୍ଗିର ସହରର ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ରୂଦ୍ରନାରାୟଣ ପଟେଲ। ପେସା ସିନା ଡାକ୍ତର କିନ୍ତୁ ନିଶା ହେଉଛି ଅଭିନୟ।

Advertisment

କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରିଛନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ । ଦଶନ୍ଧି ଦଶନ୍ଧି ଧରି ବନ୍ଦ ଥିବା ରାମଜୀ ପଡାର ନାଟ୍ୟ ପରମ୍ପରାକୁ ପୁନଃରୁଦ୍ଧାର କରିବାରେ ସଫଳ ହୋଇଛନ୍ତି ଡାକ୍ତର ପଟେଲ । ରାତିରେ ଅଭିନୟ କରିବା ପରେ ଦିନରେ ରୋଗୀ ଦେଖାରେ କିନ୍ତୁ ଟିକିଏ ବି ଅବହେଳା କରୁନାହାନ୍ତି ଡ.ପଟେଲ୍‌।

ତେବେ ସାବିତ୍ରୀ ଅବସରରେ ରାମଲୀଳା ପରେ ପୁଣିଥରେ ପଡାର ପିଲା ମାନଙ୍କୁ ଏକାଠି କରି ସାବିତ୍ରୀ ସତ୍ୟବାନ ନାଟକ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇ ଥିଲେ ଡାକ୍ତର । ସାବିତ୍ରୀ ବ୍ରତ ପାଇଁ ଜଗନ୍ନାଥ ପଡାଠାରେ ରାମଜୀ ନାଟ୍ୟ ସଂସଦ ଦ୍ୱାରା ଅଭିନୀତ ହୋଇଥିଲା ବୈଷ୍ଣବ ପାଣି ରଚିତ, ପୌରାଣିକ ଗୀତିନାଟ୍ୟ ସାବିତ୍ରୀ ସତ୍ୟବାନ । ଆଉ ଏହି ନାଟକରେ ଯମ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ ଡାକ୍ତର ରୂଦ୍ରନାରାୟଣ ପଟେଲ ।

Advertisment

ନିଜେ ସଂଳାପ ସାଙ୍ଗକୁ ଗୀତ ଗାଇ ନିଜ ଅଭିନୟରେ ଦର୍ଶକ ମାନଙ୍କ ମନ ମୋହିଥିଲେ । କେବଳ ଅଭିନୟ ନୁହେଁ ବରଂ ବାଦ୍ୟ ଯନ୍ତ୍ର ବଜାଇବାରେ ମଧ୍ୟ ସିଦ୍ଧହସ୍ତ ଡାକ୍ତର ପଟେଲ । ଲୁପ୍ତ ହେବାକୁ ବସିଥିବା ନାଟକ ପରଂପରାକୁ ବଂଚାଇ ରଖିବା ପାଇଁ ଜୋରଦାର ପ୍ରୟାସ ଜାରୀ ରଖିଛନ୍ତି ଡାକ୍ତର ପଟେଲ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏହି ଡାକ୍ତରଙ୍କୁ ମିଳୁଛି ଅନେକ ପ୍ରଶଂସା ।

ରିପୋର୍ଟ- ଘଟେଶ୍ୱର ମିଶ୍ର

Special Story Doctor Becomes Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ