Doctor kills self in Bhubaneswar
ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଗତକାଲି ନିଜ ଚାମ୍ବରରେ ଡାକ୍ତର ଶିଶିର ସାହୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହସ୍ପିଟାଲ୍ ରେଷ୍ଟ୍ ରୁମ୍ରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ସେ ପେଡିଆଟ୍ରିକ୍ ବିଭାଗର ଡାକ୍ତର ଥିଲେ।
ସୂଚନା ଅନୁସାରେ, ଗତକାଲି ଡାକ୍ତର ଶିଶିର ଡ୍ୟୁଟିରେ ଥିଲେ। ରେଷ୍ଟରୁମ୍ର ବେଡ୍ରେ ସେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭରତପୁର ଥାନାଧିକାରୀଙ୍କ ସୂଚନା ଅନୁସାରେ, ୧୫ ଦିନ ତଳେ ଡାକ୍ତର ଶିଶିରଙ୍କ ବିବାହ ହୋଇଥିଲା। ତେବେ କାହିଁକି ସେ ଆତ୍ମହତ୍ୟା କଲେ ଏବଂ ଏହା ପଛରେ କ’ଣ କାରଣ ରହିଛି, ସେନେଇ ତଦନ୍ତ ଜାରି ରହିଛି। ଡାକ୍ତର ଶିଶିର କିଛି ମେଡିସିନ୍ ଖାଇଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652416971.jpg)