Advertisment

ପାଖେଇ ଆସୁଛି ଦୀପାବଳି, ଗ୍ରାହକଙ୍କ ମନ ମୋହୁଛି ସମ୍ବଲପୁରୀ ଦୀପ

ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି।

Sambalpuri Dipa

Sambalpuri Dipa

Advertisment

ଟିଟିଲାଗଡ଼( ମାନସ ରଞ୍ଜନ ମହାନ୍ତି) : ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି।

Advertisment

ସମ୍ବଲପୁରୀ ବସ୍ତ୍ରାଳୟର ଟେବୁଲ ଉପରେ ବିଭିନ୍ନ ପ୍ରକାର ଦୀପ ସଜା ହୋଇ ରହିଛି । ସମ୍ବଲପୁରୀ ଷ୍ଟାଇଲରେ ତିଆରି ହୋଇଥିବା ଏହି ମାଟି ଜିନିଷ ଦୀପାବଳି ପାଇଁ ବ୍ୟବହାର ହେବାକୁ ଥିବା ଜିନିଷ। ଗତ ବର୍ଷ କରୋନ ପାଇଁ ଦୀପାବଳି ଧୁମଧାମରେ ପାଳନ ହୋଇପାରି ନାହିଁ। ସେଥିପାଇଁ ଏହି ବର୍ଷ ଧୁମଧାମରେ ପାଳନ କରିବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି , କିଏ ଦୀପ କିଣା ଆରମ୍ଭ କରିଛି ତ କିଏ ଅନ୍ୟାନ୍ୟ ଜିନିଷ। ହେଲେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚାଇନିଜ ଜିନିଷ ବ୍ୟବହାର କରିବେ ନାହିଁ । ଚାଇନିଜ ଜିନିଷ ବଦଳରେ ଏହି ସମ୍ବଲପୁରୀ ଜିନିଷ ପ୍ରତି ଲୋକଙ୍କ ଆଦର ଦେଖିବାକୁ ମିଳୁଛି ।

Advertisment

ଆଉ ବଜାରରେ ମିଳୁଛି ଅନେକ ସମ୍ବଲପୁରୀ ପୋଷାକ ସହିତ ଦୀପାବଳି ଦିନ ପୂଜା ଓ ସାଜ ସଜ୍ଜାରେ ବ୍ୟବହାର ପାଇଁ ହେବାକୁଥିବା ମାଟି ଜିନିଷ। ଏହି ମାଟି ଜିନିଷ ମଧ୍ୟରେ ରହିଛି ଘର ଆଗରେ ସଜାଇବାକୁ ଗଣେଶ ମୂର୍ତ୍ତି ସହିତ ଦୀପ , ସିନ୍ଦୁର ଓ ଚନ୍ଦନ ରଖିବା ପାଇଁ ଆମ୍ବ ପତ୍ର ଉପରେ ଥିବା ୨ ଟି ମାଟି ପାତ୍ର , ଘର ସାମ୍ନାରେ ସଜ ସଜ୍ଜା ପାଇଁ ଡେକୋରେଟିଭ ପଟ ସହିତ ଅନେକ ଜିନିଷ , ଭଳିକି ଭଳି ଜିନିଷ ମିଳୁଥିବାରୁ କୁମ୍ଭାର ତିଆରି କରିଥିବା ମାଟି ଦୀପ ସହିତ ସମ୍ବଲପୁରୀ ଦୀପକୁ ରଖି ଏଥର ଦୀପାବଳି ମହା ଆଡମ୍ବରରେ ପାଳନ କରିବାକୁ ସ୍ଥାନୀୟ ଲୋକେ ଜିନିଷ କିଣା ଆରମ୍ଭ କରିଛନ୍ତି ।

ଏଭଳି ଭିନ୍ନ ଜିନିଷ କେବଳ ଗ୍ରାହକଙ୍କୁ ଉତ୍ସାହିତ କରି ନାହିଁ ଦୋକାନୀ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି , ଗ୍ରାହକ ପାଖରେ ଭିନ୍ନ ଭିନ୍ନ ଧରଣର ଦୀପ ଓ ଦୀପାଳି ଯୋଗାଇ ପାରୁଛନ୍ତି । ଦୋକାନୀଙ୍କ କହିବା ଅନୁସାରେ ଏହି ମାଟି ଦୀପ କୁମ୍ଭାର ପାଖରୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଖାରି ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ସୁପ୍ରିୟା ଦାସ ଏଭଳି ସମ୍ବଲପୁରୀ ଚିତ୍ର କରୁଛନ୍ତି । ଯୁବତୀ ଜଣକ ଶୁଣି ପାରନ୍ତି ନାହିଁ କି କଥା କହି ପାରନ୍ତି ନାହିଁ। ହେଲେ ତାଙ୍କ ଚିନ୍ତା ଧାର ସବୁଠୁ ନିଆରା ହୋଇଥିବାରୁ ଗ୍ରାହକ ବିଜୁଳି ଲାଇଟ ଅପେକ୍ଷା ଏଭଳି ଦୀପ ବ୍ୟବହାର କରି ଦୀପାବଳି ଉତ୍ସବ ପାଳନ କରିବାକୁକ ଚାହୁଁଛନ୍ତି ବୋଲି ଦୋକାନୀ କହିଛନ୍ତି । କେବଳ ମାଟି ତିଆରି ଜିନିଷ ନୁହେଁ ଘର ସଜାଇବା ପାଇଁ ସମ୍ବଲପୁରୀ କପଡାରେ ତିଆରି ହୋଇଥିବା ବିଭିନ୍ନ ସଜସଜ୍ଜା ଜିନିଷ ମଧ୍ୟ ବିକ୍ରି ହେଉଛି । ତେବେ ମୋଟ୍ ଉପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳିରେ ଦେଖିବାକୁ ମିଳିବ ସମ୍ବଲପୁରୀ ଛାପ ।

Advertisment
Odisha Sambalpuri Deep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ