Advertisment

ପରିବେଶ ମଞ୍ଜୁରୀ ନାହିଁ କି ହୋଇନି ଜମି ଲିଜ୍ ଏଗ୍ରିମେଣ୍ଟ, ଢିଙ୍କିଆରେ ଜେଏସଡବ୍ଲୁରେ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଉଠିଲା ପ୍ରଶ୍ନ

୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ ।

Dhinkia Unrest

Dhinkia Unrest

Advertisment

ପରିବେଶ ମଞ୍ଜୁରୀ ନାହିଁ କି ଜମି ଲିଜ୍ ପାଇଁ ଏଗ୍ରିମେଣ୍ଟ ହୋଇନି । ଅଥଚ ଜେଏସଡବ୍ଲୁ ପାଇଁ ଅହେତୁକ ଦରଦ ଦେଖାଇ ଚାଲିଛିନ୍ତି ରାଜ୍ୟ ସରକାର । ପ୍ରସ୍ତାବିତ ଶିଳ୍ପ ପାଇଁ ନିରୀହ ଜନତାଙ୍କ ଉପରେ ଚଳାଇଛନ୍ତି ଜୁଲମ୍ । ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, କେବଳ ହାଇଲେବଲ୍ କ୍ଲିଅରିଂ ଅଥରିଟିର ଅନୁମୋଦନ ଆଧାରରେ ପ୍ରସ୍ତାବିତ ଶିଳ୍ପ ପାଇଁ ବେଆଇନ ଭାବେ ଚାଲିଛି ଅଧିଗ୍ରହଣ ପ୍ରକ୍ରିୟା । ବିଜେପି ବି ସମାନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ ଆଣି କ୍ଷୋଭ ପ୍ରକାଶ କରିଛନ୍ତି ପୋଲିସ ମାଡ଼ରେ ପୀଡ଼ିତ ବ୍ୟକ୍ତି ।

Advertisment

ରାଜ୍ୟ ସରକାରଙ୍କୁ ଘାରିଛି କି JSW ପ୍ରୀତି ? କାରଣ ଯେଉଁ କମ୍ପାନୀ ପ୍ରତି ଏତେ ଦରଦ, ସେହି କମ୍ପାନୀର ବିଧିଗତ ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ଅଭିଯୋଗ, ନା ଜମି ଲିଜ୍ ପାଇଁ ଚୁକ୍ତି ହୋଇଛି, ନା ପରିବେଶ ମଞ୍ଜୁରୀ ମିଳିଛି ଏହି କମ୍ପାନୀକୁ । ଏପରିକି ମହାନଦୀରୁ ପାଣି ଉଠାଣ ପାଇଁ ଚୁଡ଼ାନ୍ତ ଅନୁମତି ବି ମିଳିନି । ଅଥଚ JSWର ପ୍ରସ୍ତାବିତ ଶିଳ୍ପ ପାଇଁ କାହା ପାନବରଜ ଭାଙ୍ଗି ଦିଆଗଲାଣି ତ ଆଉ କାହା ପିଠିରେ ଲାଠିମାଡ଼ କଲାଣି ପୋଲିସ ।

୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ । ଆଉ ସେହି ଅନୁମୋଦନ ବଳରେ କମ୍ପାନୀ ପ୍ରତିଷ୍ଠା ପାଇଁ ଝାଳ ବୁହାଉଛନ୍ତି ରାଜ୍ୟ ସରକାର । ସେହିପରି ଆରଟି୍ରାଇ ତଥ୍ୟରୁ ମିଳିଥିବା ସୂନା ଅନୁଯାୟୀ, ଗତ ୧୩ ତାରିଖରେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଆସନ୍ତା ୨୮ରେ ଜେଏସଡବ୍ଲ୍ୟୁକୁ ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ ନିଷ୍ପତ୍ତି ନେଇ ବୈଠକ ବସିବ । ଅର୍ଥାତ ଏଯାଏଁ ମିଳିନି ପରିବେଶ ମଞ୍ଜୁରୀ ।

Advertisment

ଏପରିକି ଜଗତସିଂପୁର ଜିଲ୍ଲା ରାଜସ୍ୱ ବିଭାଗକୁ ଜମିଜମା ସଂକ୍ରାନ୍ତରେ ଇଡକୋ ଅନୁମତି ବି ମାଗିଛି । ନିର୍ଦ୍ଧାରିତ ଫି ଦାଖଲ ନକରିବାରୁ ମହାନଦୀରୁ ଦୈନିକ ୯୯.୮୦ କ୍ୟୁସେକ୍ ଜଳ ଉଠାଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଜେଏସଡବ୍ଲ୍ୟୁକୁ ଚୁଡ଼ାନ୍ତ ଅନୁମତି ବି ଦେଇନି । ଏଭଳି ସ୍ଥିତିରେ କେଉଁ ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିରୀହଙ୍କ ଉପରେ ଜୁଲମ୍ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଚେଲ୍ଲା କୁମାର । ଏତେସବୁ ସତ୍ତ୍ୱେ କାହିଁକି ଜେଏସଡବ୍ଲ୍ୟୁ ସ୍ୱାର୍ଥରେ ରାଜ୍ୟ ସରକାର ? ଏକ ଅଣଓଡ଼ି୍ରା କମ୍ପାନୀ ପ୍ରେମରେ ପଡ଼ି ନିଜ ରାଜ୍ୟବାସୀଙ୍କୁ ନିଜେ କାହିଁକି ଦାଉ ସାଧୁଛନ୍ତି ? ଏଭଳି ନାନା ପ୍ରଶ୍ନ ଉଠାଇ ବିଜେପି ଘେରିଥିବାବେଳେ ଜଳ ସମ୍ପଦ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି ।

ସେପଟେ ପୋଲିସ ମାଡ଼ରେ ପୀଡ଼ିତଙ୍କୁ ଔଷଧ ସହ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବି ପାଳନ ହୋଇନଥିବା ଅଭିଯୋଗ ଉଠିଛି । ଗତ ୬ ଦିନ ତଳେ ଢିଙ୍କିଆବାସୀଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଥଚ ଏଯାଏଁ କୌଣସି ଅଧିକାରୀ ପାଖ ମାଡ଼ିନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜଗତସିଂହପୁର ଜିଲ୍ଲାପାଳ କ୍ୟାମେରାସାମ୍ନାରେ କିଛି କହିନଥିଲେ ସରକାରୀ ବ୍ୟବସ୍ଥା ଅନୁଯାୟୀ, ଲୋକଙ୍କୁ ରାସନ ସାମଗ୍ରୀ ଦିଆଯାଉଥିବା ସୂଚନା ଦେଇଛନ୍ତି ।

Advertisment

ଜଗତସିଂପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ସହ ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

Dhinkia Unrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ