Advertisment

ଡାକଘରେ ଟଙ୍କା ରଖୁଥିଲେ ସାବଧାନ ! ଜମା ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ, ଆସିଲା ସାଂଘାତିକ ଅଭିଯୋଗ...

ଆପଣ ପୋଷ୍ଟାଲ୍‌ ଅର୍ଥାତ୍‌ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Depositors cheated of lakhs of rupees by post office in Odisha village

Depositors cheated of lakhs of rupees by post office in Odisha village

Advertisment

ଆପଣ ପୋଷ୍ଟାଲ୍‌ ଅର୍ଥାତ୍‌ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଆଳିର ଭୂଇଁପୁର ଉପ ଡାକଘରେ(ସବ୍‌-ପୋଷ୍ଟ ଅଫିସ)ରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମାଟଙ୍କା ଫେରି ପାଉନଥିବାର ଅଭିଯୋଗ କରିଛନ୍ତି।

Advertisment

ଏପରିକି ଜମା ବହିରୁ ଲକ୍ଷ ଲକ୍ଷ ଟଙ୍କା ଜମା ଅର୍ଥ ହଡ଼ପ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଗତ ୨ ବର୍ଷ ହେଲାଣି ପୋଷ୍ଟ ମାଷ୍ଟର ଓ ଡାକ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଦୌଡ଼ି ଦୌଡ଼ି ଜମାକାରୀ ନୟାନ୍ତ ହେଲେଣି। ହେଲେ କୌଣସି ସମାଧାନାର ବାଟ ବାହାରି ପାରୁନି। ଏହାର ସମାଧାନ କରାନଗଲେ ଜମାକାରୀମାନେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି। 

କାରଣ ଜମା ଖାତାରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଜମା ରହିଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ସମୟରେ ସେମାନେ ଟଙ୍କା ଉଠାଇ ପାରୁନାହାନ୍ତି। ସରକାରୀ ଡାକଘରେ ଅର୍ଥ ଜମା ରଖି ଜମାକାରୀ ହୀନସ୍ତା ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନାଥାଉ କି, ୨ ବର୍ଷ ପୂର୍ବେ ପୋଷ୍ଟ ଅଫିସ୍‌ର ଡାଟା ଏଣ୍ଟ୍ରି ସମୟରେ କମ୍ପ୍ୟୁଟରରେ ଭୁଲ୍ ଯୋଗୁ କାରଣରୁ ଏସବୁ ବିଭ୍ରାଟ ଘଟିଛି। ଜମାକାରୀଙ୍କ ଟଙ୍କା ହଡ଼ପ ହୋଇନାହିଁ। ଏହାର ସଂଶୋଧନ ଉପର ସ୍ତରରେ ହେବାର ନିୟମ ଥିବାରୁ ବିଳମ୍ବ ଘଟୁଥିବା ଭୂଇଁପୁର ଉପ ଡାକଘର ପୋଷ୍ଟମାଷ୍ଟର ପ୍ରଭାକର ମହାପାତ୍ର କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ