Advertisment

ଅସୁରକ୍ଷିତ ଅବସ୍ଥାରେ ପଡିରହିଛି ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷ

ସୂର୍ଯ୍ୟ ମନ୍ଦିର ପରିସର ଓ ଆଖପାଖରେ ଥିବା କୀର୍ତ୍ତିରାଜିର ସୁରକ୍ଷା ଦାବି ହୋଇଛି...

ଅଦ୍ୟତନ ହୋଇଛି
Konark Sun Temple

Konark Sun Temple

Advertisment

ସୂର୍ଯ୍ୟ ମନ୍ଦିରର ମନ୍ଦିର ପରିସର ଓ ଆଖପାଖରେ ଥିବା ଭଗ୍ନାବଶେଷ କୀର୍ତ୍ତିରାଜିର ସୁରକ୍ଷାର ଦାବି କରିଛି କୋଣାର୍କ ସୁରକ୍ଷା ସମିତି । ଏହି କୀର୍ତ୍ତିରାଜିକୁ ସୁରକ୍ଷା ନମିଳିଲେ ସମିତି ପକ୍ଷରୁ ଆନ୍ଦୋଳନ କରାଯିବାବାର ଚେତାବନୀ ଦିଆଯାଇଛି ।

Advertisment

ସୂର୍ଯ୍ୟ ମନ୍ଦିର ବା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଜମି ଓ ବାହାରେ ପଶ୍ଚିମ ପଟେ ଥିବା ବାଲିବନ୍ତରେ ଶହ ଶହ ସଂଖ୍ୟାରେ ପ୍ରାଚୀନ କଳାକୃତିର ଭଗ୍ନାବଶେଷ ଅସୁରକ୍ଷିତ ଭାବେ ପଡିରହିଛି । ଏଥି ମଧ୍ୟରୁ ଅନେକ କଳାକୃତି ଚୋରି ହେଉଥିବାର ମଧ୍ୟ ଅଭିଯଯୋଗ ହୋଇଛି । ଏହି କଳାକୃତି ଗୁଡିକର ସରଂକ୍ଷଣ ଓ ସୁରକ୍ଷା କରାନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୂଚନା ଅନୁସାରେ, ତ୍ରୟୋଦଶ ଶତାଦ୍ଦୀର ଅନ୍ୟତମ ବ୍ଲାକ ପାଗୋଡ଼ା କୋଣାର୍କର ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କଳାକୃତି ପାଇଁ ପ୍ରସିଦ୍ଧ ଏହି ଅଦ୍ୱିତୀୟ କିର୍ତ୍ତୀରାଜି ଶହ ଶହ ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଆକ୍ରମଣକୁ ସହ୍ୟ କରି କରି ଆଜି ବି ସେ ଏକ ମହାଦ୍ରୁମ ଭଳି ଦଣ୍ଡାୟମାନ । ଏହାର ଅନେକ ଭଗ୍ନାବଶେଷ ଉଦ୍ଧାର ହୋଇ ନିକଟସ୍ଥ ସଂଗ୍ରାହାୟରେ ସୁରକ୍ଷିତ ରହିଛି ।

Advertisment

ତେବେ ଗୋଟିଏ ପଟେ ଶ୍ରୀକ୍ଷେତ୍ରରେ ଖନନକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଅନ୍ୟପଟେ କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଅସୁରକ୍ଷିତ ଓ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ତେଣୁ ପ୍ରାଚୀନ ଭଗ୍ନାବଶେଷ ସୂର୍ଯ୍ୟ ମନ୍ଦିର ପରିସରରେ ଓ ଏହା ନିକଟରେ ପଡିରହିଥିବା ଭଗ୍ନାବଶେଷର ସୁରକ୍ଷା ଓ ସରଂକ୍ଷଣ ପାଇଁ ଦାବି ଉଠିଛି ।

Sun Temple Konark Sun Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ