Advertisment

ବରଫ ହୋଇ ରାସ୍ତା ମଝିରେ ଲାଖିଗଲା ହରିଣ

ଏଠି ଥଣ୍ଡାର ପ୍ରକୋପ ଏମିତି ଯେ ସବୁ କିଛି ବରଫ ପାଲଟି ଯାଉଛି। ଏହା ଛାଡୁନି କୌଣସି ପଶୁପକ୍ଷୀଙ୍କୁ ବି। ଏକ ହରିଣ ଚାଲୁଚାଲୁ ରାସ୍ତା ମଝିରେ ବରଫ ପାଲଟିଯାଉଥିବା ଦେଖାଯାଏ। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Deer freezed on road, video goes viral

Deer freezed on road, video goes viral

Advertisment

ଶୀତଋତୁକୁ ସବୁ ଋତୁ ଭିତରେ ସୁନ୍ଦର ବୋଲି କୁହାଯାଏ। ଅନେକ ଲୋକ ଉତ୍ସାହର ସହିତ ଶୀତକୁ ଅପେକ୍ଷା କରିଥାନ୍ତି। ଏହିଦିନ ଅନେକ ରୋଗକୁ ଉପଶମ ଦେଇଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ। କିନ୍ତୁ କେତେକ ଅଞ୍ଚଳରେ ଏତେ ଜୋର୍‌ରେ ଥଣ୍ଡା ହୁଏ ଯେ ସେଠାରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀମାନଙ୍କ ପାଇଁ ଏହା ଅସସ୍ୟ ହୋଇପଡେ।

Advertisment

ଆଜିକାଲି ସୋସିଆଲ ମିଡିଆରେ ଶୀତକୁ ନେଇ ଏକ ନିଆରା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହରିଣ ରାସ୍ତା ମଝିରେ ଲାଖି ରହିଯିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଘଟଣା କାଜାଖସ୍ତାନର ବୋଲି କୁହାଯାଉଛି। ଯେଉଁଠାରେ -୫୬ ଡିଗ୍ରୀ ତାପମାତ୍ରା ହେତୁ ରାସ୍ତା ମଝିରେ ହରିଣଟି ପରଫ ପାଲଟି ଯାଇଛି।

ବର୍ତ୍ତମାନ ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓ ଆରମ୍ଭରେ ଏକ ହରିଣ ରାସ୍ତା ମଝିରେ ଲାଖି ଯାଇଥିବା ଦେଖାଯାଏ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଏହାକୁ ସାହାଯ୍ୟ କରିବାକୁ ସେହି ହରିଣ ପାଖକୁ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଲୋକମାନଙ୍କୁ ନିଜ ପାଖକୁ ଆସୁଥିବା ଦେଖି ହରିଣ ସେଠାରୁ ଦୌଡ଼ିବାକୁ ଲାଗେ। ହରିଣଟି ଦୌଡୁଥିବା ବେଳେ ରାସ୍ତା ମଝିରେ ଯେତେବେଳେ ଅଟକି ଯାଏ ସେ ଆଉଥରେ ବରଫ ହୋଇଯାଏ ଓ ରାସ୍ତାରେ ଅଟକିଯାଏ। ସ୍ଥାନୀୟ ଲୋକମାନେ ତାକୁ ଧରି ତଳେ ଶୋଆଇ ଦିଅନ୍ତି। ତା’ପରେ ତାଙ୍କୁ ଗରମ କରିବା ପାଇଁ ବ୍ୟବସ୍ଥା କରନ୍ତି। ତେବେ ଏହି ଭିଡିଓଟି ଶେଷ ହେବା ପର୍ଯ୍ୟନ୍ତ ହରିଣଟି ଥଣ୍ଡା ସହ ଲଢେଇ କରୁଥିବା ଦେଖିବାକୁ ମିଳେ।

Advertisment

ସୋସିଆଲ ମିଡିଆରେ ପୋଷ୍ଟ୍‌ ହୋଇଥିବା ଏହି ଭିଡିଓ ଅନୁଯାୟୀ ତୁଷାରପାତ ହେତୁ ହରିଣଟି ବରଫ ହୋଇଯାଉଛି। ପ୍ରବଳ ଥଣ୍ଡା ହେତୁ ଏହି ଅଞ୍ଚଳରେ ବହୁ ତୁଷାରପାତ ହୋଇଛି। ଯେଉଁଥିପାଇଁ ତାପମାତ୍ରା -୫୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି। ଏଭଳି ପରିସ୍ଥିତିରେ କେବଳ ଏହି ଗୋଟିଏ ହରିଣ ନୁହେଁ ବରଂ ଅନେକ ପ୍ରାଣୀ ଏଭଳି ପ୍ରବଳ ଥଣ୍ଡାର ସମ୍ମୁଖୀନ ହେଉଛନ୍ତି। ଥଣ୍ଡାର ପ୍ରକୋପରେ ଏହି ହରିଣଟି କଷ୍ଟ ପାଉଥିବା ବେଳେ ତାକୁ ଯେଉଁମାନେ ସାହାଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି। ଏହା ସହିତ ଅନେକ ଲୋକ ଏହି ଭିଡିଓ ମଧ୍ୟ ଶେୟାର କରିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ