death
ଝାରସୁଗୁଡ଼ାରେ ୧୪୪ ଧାରା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ହତ୍ୟା ମାମଲା ରୁଜୁ ଦାବି କରୁଛି ବିଜେପି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି । ଜିଲ୍ଲା ଭାଜପା ତରଫରୁ ଝାରସୁଗୁଡା ଥାନା ସମ୍ମୁଖରେ ଆଜି ସକାଳ ୯ଟାରୁ ଦିନ ୧ଟା ପଯର୍ୟନ୍ତ ଧାରଣା କାର୍ଯ୍ୟକ୍ରମ ରହିଛି ।
ସେହିଭଳି ବିଜେଡି ପକ୍ଷରୁ ମଧ୍ୟ ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେବାକୁ ପ୍ରସ୍ତୁତି ହେଉଛି । ମୃତକ ବାପାଙ୍କ ଏତାଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବିଜେଡି । ଦୁଇ ଦଳର ଧାରଣା ଦେବା ଲାଗି ପ୍ରସ୍ତୁତିକୁ ଦେଖି ସହରରେ ୧୪୪ ଜାରି କରାଯାଇଛି । ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସକାଳ ୬ ରୁ ସନ୍ଧ୍ୟା ୬ ପଯର୍ୟନ୍ତ ସମଗ୍ର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝାରସୁଗୁଡ଼ା ବାସଭଭନରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି । ମୃତ ଯୁବକ ନାଁ ଲଳିତ । ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଡେଙ୍ଗବୋରେଇ ଗାଁରେ। ବର୍ଷେ ହେଲା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ଘରେ ରୋଷେୟା ଭାବେ କାମ କରୁଥିଲେ । ରହୁଥିଲେ ମନ୍ତ୍ରୀଙ୍କ ବାସଭବନ ପାଖରେ ଥିବା ସର୍ଭେଣ୍ଟସ କ୍ୱାର୍ଟରରେ ରହୁଥିଲେ। ଭାଇ ବିରଞ୍ଚି ସାହୁ ମଧ୍ୟ ସାଥୀରେ ରହୁଥିଲେ, ଯିଏକି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।
ତେବେ ଘଟଣା ଦିନ ସର୍ଭେଣ୍ଟ କ୍ୱାଟରରେ ଲଳିତ ଏକା ଥିବା ବେଳେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆଉ ଏକଥା ଜଣାପଡିବା ପରେ ରାତାରାତି ଲଳିତଙ୍କ ଶବକୁ ବ୍ୟବଛେଦ କରାଯାଇ ଝାରସୁଗୁଡା ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପ୍ରାୟ ୩ ଶହ କିଲୋମିଟର ଦୂର ଡେଙ୍ଗବୋରେଇ ଗାଁକୁ ଆଣି ତରବରିଆ ଭାବେ ଶବ ସତ୍କାର କରାଯାଇଥିଲା । ଯାହାକି ବିରାଟ ପ୍ରଶ୍ନ ଉଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us