Astrospeak
  • Live TV
  • Read In English

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଉଛନ୍ତି କୁକୁର

ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି ।

Balaosre
Balaosre

News Summary

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

ରାସ୍ତା ଉପରେ ପଡ଼ିଛି ନବଜାତ ଶିଶୁଙ୍କ ମୃତଦେହ

ରାସ୍ତା ଉପରେ କୁକୁର ଝୁଣୁଛନ୍ତି ନବଜାତଙ୍କ ମୃତଦେହ

ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ। ଏଣେତେଣ ବିକ୍ଷୀପ୍ତ ଅବସ୍ଥାରେ ପଡ଼ିଛି ଏହି ମୃତଦେହ। ଯାହା ଦେଖିବା ଓ ଦେଖାଇବା ମୁସକିଲ୍। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି ।

ତେବେ ଏଠି ନବଜାତ ଶିଶୁଙ୍କର ମୃତଦେହ କିପରି ଆସିଲା ସେ ସମ୍ପର୍କରେ ଜଣାପଡ଼ିନି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ମେଡିକାଲ୍ ସମ୍ମୁଖରେ ଏଭଳି ଘଟଣା ସମ୍ପର୍କରେ ସେ ଖବର ପାଇଛନ୍ତି । ଏସମ୍ପର୍କରେ ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ବାଲେଶ୍ୱରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ହେଉଛି। କାରଣ କେଉଁ ପରିସ୍ଥିତିରେ ଓ କିଏ ଏହି ଘଟଣା ପାଇଁ ଦାୟୀ ସେନେଇ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ବର୍ଷା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି