Advertisment

ବିଳମ୍ବିତ ରାତି ଯାଏଁ ଖୋଲିବ ଡ୍ୟାନ୍ସବାର୍‌; ରଙ୍ଗୀନ ହେବ ରାଜଧାନୀ

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି।

undefined

Dance bar will open till late night

Advertisment

ଏଣିକି ବିଳମ୍ବିତ ରାତି ଯାଏଁ ରଙ୍ଗୀନ ହେବ ରାଜଧାନୀର ରାତି। ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ, କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି। ତେଣୁ ଅବକାରୀ ବିଭାଗ ନା କମିଶନରେଟ୍ ପୋଲିସ୍, କାହା ନିୟମ ମାନିବେ ବାର୍ ମାଲିକ ତାକୁ ନେଇ ଅଡୁଆ ଭିତରେ ସମୟ ବଢାଇବା ଲାଗି ପୋଲିସର ଅନୁମତି ମଗାଯାଇଥିବା କହିଛି ରାଜଧାନୀ ବାର୍ ଆସୋସିଏସନ୍‌।

Advertisment

୨୦୨୨-୨୩ ବର୍ଷ ଲାଗି ଡାନ୍ସ ବାର୍‌ ଭୁବନେଶ୍ୱରରେ ଖୋଲିବାକୁ ମିଳିଛି ଅନୁମତି। ରାତି ୧୨ଟା ଯାଏ ଡ୍ୟାନ୍ସ ବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ପୂର୍ବରୁ ମଧ୍ୟ ଏହି ନିୟମ ଥିଲ॥ ତେବେ କରୋନା ମହାମାରୀକୁ ନେଇ ହୋଟେଲ ଓ ବାର୍‌ ମାଲିକ ୨ ବର୍ଷ ହେଲା ବିପୁଳ କ୍ଷତି ସହିଛନ୍ତି। ସେଥିଲାଗି ରାଜଧାନୀର ୧୪ଟି ବାରରେ ମ୍ୟୁଜିକାଲ୍‌ ନାଇଟ୍, ଡାନ୍ସ ପ୍ରୋଗ୍ରାମ୍‌ ଏବଂ ଅର୍କେଷ୍ଟ୍ରା ଲାଗି ଅନୁମତି ଦେଇଛି ଅବକାରୀ ବିଭାଗ।

ତେବେ ଅବକାରୀ ବିଭାଗର ଏଭଳି ନିଷ୍ପତ୍ତି ସୃଷ୍ଟି କରିଛି ଅଡୁଆ ସ୍ଥିତି। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍ ନାଇଟ୍ କାର୍ଯ୍ୟକ୍ରମ ଲାଗି ଅନୁମତି ରହିଛି। ତେଣୁ ବାର୍‌ ମାଲିକ କେଉଁ ନିୟମ ମାନିବେ ତାକୁ ନେଇ ଦ୍ୱନ୍ଦ୍ୱରେ। ନିୟମରେ ସମାନତା ରଖିବା ଲାଗି ରାତି ୧୨ଟା ଯାଏଁ ବାର ଖୋଲାରଖିବାକୁ ଅନୁମତି ଦେବାକୁ ପୋଲିସ ନିକଟରେ ଆବେଦନ କରାଯାଇଥିବା କହିଛି ରାଜଧାନୀ ବାର୍ ଆସୋସିଏସନ୍‌ ସଂଘ।

Advertisment

ନିୟମ ଅନୁସାରେ ୨୧ ବର୍ଷରୁ କମ୍ ଯୁବତୀଙ୍କୁ ବାରରେ ନିୟୋଜିତ କରାଯାଇପାରିବ ନାହିଁ ନର୍ତ୍ତକୀମାନେ ଉତ୍ତେଜକ ପୋଷାକ ପିନ୍ଧି ପାରିବେ ନାହିଁ ଡ୍ୟାନ୍ସବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜ୍‌ରେ ତିନି ମାସର ବ୍ୟାକ୍ ଅପ୍ ରହିବ। ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ପାଳନ ହେବ। ତେବେ ଏସବୁ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଅନେକ ସମୟରେ ଅଭିଯୋଗ ଉଠିଛି। ଏପଟେ ରାତି ୧୨ଟା ଯାଏଁ ଡାନ୍ସବାର୍ ଖୋଲା ରହିଲେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବନି ତ? ବେଆଇନ ଭାବେ ଚାଲୁଥିବା ଡାନ୍ସବାର୍‌ଗୁଡିକ ଏଥିରୁ ଫାଇଦା ଉଠାଇବେ ନାହିଁ ତ? ତାକୁ ନେଇ ବି ଉଠିଛି ପ୍ରଶ୍ନ।

Odisha News Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ