Advertisment

’ଅତ୍ୟାଚାର କରୁଛନ୍ତି ନବୀନ’ ! ଦୋକାନ ଭାଙ୍ଗିଦେବା ପରେ କାନ୍ଦି କାନ୍ଦି ଦୁଃଖ ବଖାଣିଲେ ମହିଳା ବ୍ୟବସାୟୀ

ଆଉ ଜଣେ ବ୍ୟବସାୟୀ କହିଛନ୍ତି , ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍‌କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ ଖାଇବେ କ’ଣ, ପରିବାର ଚଳିବ କେମିତି ?

ଅଦ୍ୟତନ ହୋଇଛି
Daily Market Evicted Near Jharpara

Daily Market Evicted Near Jharpara

Advertisment

ମୁଁ ଚିକେନ୍‌ ଦୋକାନ ଖୋଲିଥିଲି । ଲକଡାଉନ୍ ପାଇଁ ବେପାର ପୂରା ବନ୍ଦ ଥିଲା । ଏବେ କିଛି ଦିନ ପୂର୍ବରୁ ଦୋକାନ ଖୋଲିଥିଲି ଯେ ଦୋକାନକୁ ଭାଙ୍ଗିଦେଲେ । ଆମକୁ କିଛି କହି ନାହାନ୍ତି । ନୋଟିସ୍‌ ଆସିନି । ଦୋକାନ ଭାଙ୍ଗି ମୋ ୨୦ ହଜାର କୁକୁଡ଼ା ମାରିଦେଲେ । ନବୀନ ବାବୁ ମୋ ଦୋକାନ ଭାଙ୍ଗି ଦେଇଛନ୍ତି । ଆମେ କେମିତି ରହିବୁ, କେମିତି ବଞ୍ଚିବୁ । ପିଲାମାନେ କେମିତି ଚଳିବେ । ଗରିବ ଦୁଃଖୀଙ୍କ କଥା କିଏ ବୁଝୁଛି । ଏମିତି ଅତ୍ୟାଚାର କରୁଛନ୍ତି ନବୀନ । ଦୋକାନ ଭାଙ୍ଗିବା ପରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ମହିଳା ବ୍ୟବସାୟୀ ।

Advertisment

ସେହିପରି ଆଉ ଜଣେ ବ୍ୟବସାୟୀ କହିଛନ୍ତି, ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍‌କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ ଖାଇବେ କ’ଣ, ପରିବାର ଚଳିବ କେମିତି ? ସରକାର ଜବାବ ଦିଅନ୍ତୁ ।

ଆଜି ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ସୃଷ୍ଟି ହୋଇଥିବା ବିବାଦ । ଉଚ୍ଛେଦକୁ ବିରୋଧ କରି ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ ରାସ୍ତାରୋକ କରିଥିଲେ। ବିନା ନୋଟିସରେ ଉଚ୍ଛେଦ କରୁଥିବା ନେଇ ବ୍ୟବସାୟୀ ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ କରିଥିଲେ ବ୍ୟବସାୟୀ ।

Advertisment

ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନକାରୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜୋରଦାର ଆନ୍ଦୋଳନ ପରେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ । ଏହାପରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ସୁନିତୀ ମୁଣ୍ଡ୍ ପ୍ରମୁଖ ଚାଲି ଚାଲି ଡିସିପି ଅଫିସ ଅଭିମୁଖେ ବାହାରିଥିଲେ ପୋଲିସ ସେମାନଙ୍କୁ ଅଧା ରାସ୍ତାରୁ ଉଠାଇ ଭ୍ୟାନରେ ବସାଇ ଡିସିପି ଅଫିସ ଆଣିଥିଲା ।

Daily Market Evicted Jharpara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ