Advertisment

'ପାଞ୍ଚ ଲକ୍ଷ ସମ୍ପତ୍ତି ତ ମାଟିରେ ମିଶି ଗଲା, ଏବେ ଆମେ କେମିତି ଚଳିବୁ'

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।

market eviction

market eviction

Advertisment

ରାତିରେ ଘୋଷଣା, ଆଉ ସକାଳୁ ଉଚ୍ଛେଦ । ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି । ସକାଳୁ ସକାଳୁ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ବିନା ନୋଟିସ୍‌ରେ ଉଚ୍ଛେଦକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି ।

Advertisment

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । ପୋଲିସ ଟିମ୍ ସହ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ । ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି । ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି ।

Advertisment

ଏହାରି ମଧ୍ୟରେ ଜଣେ ମହିଳା ବ୍ୟବସାୟୀ କହିଛନ୍ତି ଯେ, ‘ଆମର ଆଉ କିଛି ନାହିଁ, ସବୁ ମାଟିରେ ମିଶି ଯାଇଛି। କ’ଣ କରିବୁ, କେମିତି ପରିବାର ଚଳାଇବୁ କିଛି ବୁଝି ପାରୁନୁ। ମୋର ଗୋଟେ ଛୋଟ କଅଁଳା ଛୁଆ, ମୁଁ ତାକୁ ନେଇ କଣ କରିବି’ ।

ସେ ଆହୁରି କହିଛନ୍ତି ଯେ, ‘ଏ ହାଟ କାହାର କଣ ଅସୁବିଧା କରୁଥିଲା ଯେ ତାକୁ ଭାଙ୍ଗି ଦେଲେ। ଏଠି ୫ ବର୍ଷ ପୂର୍ବେ ଗୋଟେ ପୋଖରୀ ଥିଲା, ଯାହାକୁ ପୋତି ଦୋକାନ କରି ପେଟପୋଷଣା କରୁଥିଲେ । ଆମେ ସ୍ୱାମୀ ସ୍ତ୍ରୀ ଚୁଡ଼ି ଦୋକାନ କରି ସେଥିରେ ଯାହା ରୋଜଗାର କରୁଥିଲୁ, ସେଥିରେ ଚଳୁଥିଲୁ । ଏବେ ଆମେ କଣ କରିବୁ। କାଲି ଆସି ମାଇକ୍‌ରେ କଣ କହିଦେଇ ଗଲେ, ଆମେ ଜିନିଷ କାଢିନୁ ଆସି ଭାଙ୍ଗି ଦେଲେ । ଦୋକାନରେ ୫ ଲକ୍ଷ ଟଙ୍କାର ଜିନିଷ ଥିଲା, ଏବେ ମୁଁ କଣ କରିବି’ ।

Advertisment
Bhubaneswar Market Eviction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ