Advertisment

ମ୍ୟାଡାମ୍‌ ସୁଲୋଚନାଙ୍କୁ ପ୍ରଶ୍ନ କଲେ ସୁନୀତି; ମେୟର ହେବା ପରେ ଲୋକଙ୍କ ଥଇଥାନ କଣ ଏମିତି କରୁଛନ୍ତି ?

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।

Suniti Mund

Suniti Mund

Advertisment

ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ । ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି । ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି ।

ଏନେଇ ଭୁବନେଶ୍ୱର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ୍‌ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଏହା ଏକ ରାଜନୈତିକ ଆକ୍ରୋଷ। କାଲି ରାତି ୮ ଟାରେ ମାଇକ୍‌ରେ ଉଚ୍ଛେଦ ନେଇ କୁହାଯାଇଥିଲା, କିନ୍ତୁ ଏନେଇ କୌଣସି ନୋଟିସ ଜାରି କରାଯାଇନାହିଁ । ଲୋକମାନେ ନିଜ ଦୋକାନର ଜିନିଷ ମଧ୍ୟ ଖାଲି କରିନାହାନ୍ତି । ସକାଳ ୪ଟାରୁ ପୋଲିସ ଆସି ଭଙ୍ଗାରୁଜା ଜାରି ରଖିଛନ୍ତି’ ।

Advertisment

ସେ ବିଏମ୍‌ସିକୁ ପ୍ରଶ୍ନ କରିବା ସହ ମେୟର ସୁଲୋଚନାଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି କି, ‘ଆପଣ ମେୟର ହେବା ପରେ ଏ କି କାଣ୍ତ ଘଟାଉଛନ୍ତି । ଆପଣ କଣ ଲୋକଙ୍କ ସୁରକ୍ଷା ଏହିପରି ଭାବେ କରୁଛନ୍ତି । ଲୋକଙ୍କ ଥଇଥାନ କଣ ଏପରି କରୁଛନ୍ତି । ଲୋକଙ୍କୁ ରୋଜଗାର ଦେବା ବଦଳରେ ଲୋକଙ୍କ ପେଟକୁ ଗୋଇଠା ମାରୁଛନ୍ତି’ ।

ଏହାରି ମଧ୍ୟରେ ଜଣେ ମହିଳା ବ୍ୟବସାୟୀ କହିଛନ୍ତି ଯେ, ‘ଆମର ଆଉ କିଛି ନାହିଁ, ସବୁ ମାଟିରେ ମିଶି ଯାଇଛି। କ’ଣ କରିବୁ, କେମିତି ପରିବାର ଚଳାଇବୁ କିଛି ବୁଝି ପାରୁନୁ। ମୋର ଗୋଟେ ଛୋଟ କଅଁଳା ଛୁଆ, ମୁଁ ତାକୁ ନେଇ କଣ କରିବି’ ।

Advertisment

ସେ ଆହୁରି କହିଛନ୍ତି ଯେ, ‘ଏ ହାଟ କାହାର କଣ ଅସୁବିଧା କରୁଥିଲା ଯେ ତାକୁ ଭାଙ୍ଗି ଦେଲେ। ଏଠି ୫ ବର୍ଷ ପୂର୍ବେ ଗୋଟେ ପୋଖରୀ ଥିଲା, ଯାହାକୁ ପୋତି ଦୋକାନ କରି ପେଟପୋଷଣା କରୁଥିଲେ । ଆମେ ସ୍ୱାମୀ ସ୍ତ୍ରୀ ଚୁଡ଼ି ଦୋକାନ କରି ସେଥିରେ ଯାହା ରୋଜଗାର କରୁଥିଲୁ, ସେଥିରେ ଚଳୁଥିଲୁ । ଏବେ ଆମେ କଣ କରିବୁ। କାଲି ଆସି ମାଇକ୍‌ରେ କଣ କହିଦେଇ ଗଲେ, ଆମେ ଜିନିଷ କାଢିନୁ ଆସି ଭାଙ୍ଗି ଦେଲେ । ଦୋକାନରେ ୫ ଲକ୍ଷ ଟଙ୍କାର ଜିନିଷ ଥିଲା, ଏବେ ମୁଁ କଣ କରିବି’ ।

Market Eviction BJP Mayor Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ