Advertisment

ଲାଇକ୍‌, ଶେୟାର୍‌ ପାଇଁ ‘ଅମାନିଆ ବାଘ’ ଓ ‘ପବ୍ଲିକ୍‌ ଷଣ୍ଢ’ ମଧ୍ୟରେ ୱାର୍‌

ଆଜିକାଲି ସୋସିଆଲ୍‌ ମିଡିଆରେ ଲାଇକ୍‌, ଶେୟାର୍‌ ସହ ଲୋକପ୍ରିୟତା ହାସଲ କରିବା ପାଇ କିଛି ଯୁବକଯୁବତୀ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସେମାନଙ୍କ ପାଇଁ ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ।

ଅଦ୍ୟତନ ହୋଇଛି
Cuttack Viral Video

Cuttack Viral Video

Advertisment

କଟକ: “ ‘ଅମାନିଆ ବାଘ’ ଓ ‘ପବ୍ଲିକ୍‌ ଷଣ୍ଢ’ ” ଏହି ୨ଟି ଗ୍ରୁପ୍‌ ମଧ୍ୟରେ କଣ୍ଟେଷ୍ଟ୍‌ ଚାଲିଥିଲା। ହେଲେ ଅମାନିଆ ବାଘ ଆସି ନାଟ ଲଗାଇ ଦେଲା। ଏହାପରେ ଗ୍ରୁପ୍‌ ଗ୍ରୁପ୍‌ ଭିତରେ ଇସ୍ୟୁ ହେଲା। ସେମାନେ ଆମ ‘ପବ୍ଲିକ୍‌ ଷଣ୍ଢ’ ଗ୍ରୁପ୍‌ର ମେମ୍ବର କାଦୁ ଭାଇଙ୍କ ନାଁରେ ଚୁଗୁଲି ମାରିଲେ। ଆମେ ଯେମିତି ଭୁଲ୍ ମାଗିଲୁ, ସେମାନେ ବି ଭୁଲ୍ ମାଗିବା ଦରକାର।’ ଏଭଳି କିଛି କହିଛନ୍ତି ଜଣେ ଯୁବତୀ। ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ସେମାନଙ୍କ ମଧ୍ୟରୁ ଭିଡିଓ ପୋଷ୍ଟ କରିଥିବା ଜଣେ ଯୁବତୀ ଏଭଳି କିଛି କହିଛନ୍ତି।

Advertisment

ଯୁବତୀ ଜଣକ କହିଛନ୍ତି, ‘ସେମାନେ ଖଣ୍ଡା ଓ ବନ୍ଧୁକ ଧରି ଯେଉଁ ଭିଡିଓ ଶୁଟିଂ କରିଛନ୍ତି, ସେଇଟା ତାଙ୍କ ପର୍ସନାଲ୍‌ ମ୍ୟାଟର୍‌। ମୁଁ ଦୀପାବଳି ଦିନ ତାଙ୍କ ସହ ଭିଡିଓ ଶୁଟିଂ କରିଥିଲି। ଏହାପରେ ତାଙ୍କର ପର୍ସନାଲ୍‌ କ’ଣ ହୋଇଛି, ମୁଁ ତାହା ଜାଣି ନାହିଁ। ସେମାନେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ସମ୍ପର୍କରେ ମୁଁ କିଛିବି ଜାଣନଥିଲି। ଯଦି ବି ଏଭଳି ହୋଇଛି, ଏଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଯାହା ବି ହୋଇଛି ଭୁଲ୍‌ ହୋଇଛି। ଏଥିପାଇଁ ଆମେ ଭୁଲ୍‌ ମାଗୁଛୁ। ମୁଁ ଖଣ୍ଡା କି ବନ୍ଧୁକ ଧରି ଭିଡିଓ କରି ନାହିଁ। ତେଣୁ ଏସମ୍ପର୍କରେ ମୁଁ କିଛି ଜାଣି ନାହିଁ। ସେମାନେ ଖଣ୍ଡା, ବନ୍ଧୁକ ଖୁସିରେ ଧରି ଭିଡିଓ କରି ଦେଇଥିଲେ।’

ଯୁବତୀ ଜଣକ ଆହୁରି କହିଛନ୍ତି, ‘ଆମେ କ’ଣ ଖରାପ କାମ କରିଛୁ ଯେ, ଡରିବୁ। ୩ ମାସ ହେବ ମୁଁ ସୋସିଆଲ୍‌ ମିଡିଆ ବ୍ୟବହାର କରୁଛି। ଖୁସିରେ ଆମେ ଭିଡିଓ କରିଥିଲୁ। ହେଲେ ଆମେ ଜାଣିନଥିଲୁ ଆମେ ଏତେ ତଳକୁ ପଳାଇବୁ। ଆମେ ସ୍ୱୀକାର କରୁଛୁ ଆମେ ଭୁଲ୍‌ କରିଛୁ। ଭୁଲ୍‌ କରି ମୁହଁ ଟାଣ କଲେ କିଛି ଲାଭ ନାହିଁ।’

Advertisment

କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଆକ୍ସନ୍ ମୁଡ୍‌କୁ ‌ଆସିଛି ପୋଲିସ୍। ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ମାଲଗୋଦାମ ପୋଲିସ୍‌ ଥାନାକୁ ଡାକି ପଚରାଉଚରା କରିଛି। ସେମାନେ ଧରିଥିବା ବନ୍ଧୁକ ଖେଳନା ବୋଲି ଜଣାପଡ଼ିଛି। କେବଳ ଇନ୍‌ଷ୍ଟାଗ୍ରାମରେ ଲାଇକ୍ସ, ଶେଆର ବଢ଼ାଇବା ସହ ଲୋକପ୍ରିୟତା ହାସଲ କରିବାକୁ ଏପରି କରିଥିବା ମାଲଗୋଦାମ ଥାନା ଅଧିକାରୀ କହିଛନ୍ତି। 

Viral Video Cuttack Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ