କଟକର ଯୁକ୍ତ ୩ ଛାତ୍ରୀ ଭାଗ୍ୟଶ୍ରୀ ସିଂଙ୍କ ହାତର ଯାଦୁ : ଅଦରକାରୀ ଜିନିଷରେ ପ୍ରସ୍ତୁତ କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ

ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ । ଫିଙ୍ଗି ଦେଉଥିବା ସାମଗ୍ରୀରେ ସେ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ ।

ଭାଗ୍ୟଶ୍ରୀଙ୍କ ହାତ ତିଆରି ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ

News Summary

ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ

ଦେବାଦେବୀଙ୍କ ପ୍ରତିଛବିଠୁ ଆରମ୍ଭ କରି ଘରସଜା ସାମଗ୍ରୀରେ  ଟ୍ରାଇବାଲ୍ ଆର୍ଟର ଝଲକ 

ସ୍ଥାନୀୟ ଅଞ୍ଚଳରେ ଭାଗ୍ୟଶ୍ରୀଙ୍କ କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି

ସାଲେପୁର(ମନୋଜ ଆଚାର୍ଯ୍ୟ) : ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ ।  ଫିଙ୍ଗି ଦେଉଥିବା ସାମଗ୍ରୀରେ ଭାଗ୍ୟଶ୍ରୀ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ  ହାତର ସ୍ପର୍ଶ ପାଇ  ଜୀବନ୍ତ ହୋଇପଡେ ପ୍ରତିଛବି । କେବଳ ଏତିକି ନୁହେଁ ଧୀରେ ଧୀରେ ଭାଗ୍ୟଶ୍ରୀଙ୍କ  ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ ।

ଭଳିକି ଭଳି ରଙ୍ଗବେରଙ୍ଗ ଫ୍ଲାଉଆର୍ ବେସ୍ । ଦେବାଦେବୀଙ୍କ ପ୍ରତିଛବିଠୁ ଆରମ୍ଭ କରି ଘରସଜା ସାମଗ୍ରୀରେ ଟ୍ରାଇବାଲ୍ ଆର୍ଟର ଝଲକ । ଅଦରକାରୀ ସାମଗ୍ରୀରୁ ତିଆରି ଏସବୁ ଘରସଜା ସାମଗ୍ରୀକୁ ଜୀବନ୍ତ ସ୍ପର୍ଶ ଦେଇଛନ୍ତି କଟକ ମହାଜନପୁର ଗାଁର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଭାଗ୍ୟଶ୍ରୀ ସିଂ । ଅଦରକାରୀ ବୋତଲ, ଲଣ୍ଠନ, ଡିବିରି ବତୀ, କାଠ ଓ ମାଟି ପାତ୍ରରୁ ପ୍ରସ୍ତୁତ କରୁଛନ୍ତି ସୌଖିନ ଘର ସଜା ସାମଗ୍ରୀ । କୋରନା କଟକଣା ପାଇଁ କଲେଜ ବନ୍ଦ ଥିବାବେଳେ କଳା ପ୍ରତି ଭାଗ୍ୟଶ୍ରୀଙ୍କ ଏ ଆଗ୍ରହ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ସଫଳ ଶିଳ୍ପୀର ପରିଚୟ ଦେଇଛି ।

ଭାଗ୍ୟଶ୍ରୀଙ୍କ ଜେଜେବାପା ମଧ୍ୟ ଏହି କଳାରେ ନିପୁଣ ଥିଲେ । ମାତ୍ର ୫ ରୁ ୬ ବର୍ଷ ବୟସ ବେଳୁ ସେ ଜେଜେଙ୍କ ପାଖରେ ବସି ତାଙ୍କ କାମକୁ ନିରେଖି ଦେଖୁଥିଲେ । ତେବେ ଜେଜେବାପା ଚାଲିଯିବା ପରେ ଏଥରୁ ଦୂରେଇ ଯାଇଥିଲେ ଭାଗ୍ୟଶ୍ରୀ । କିନ୍ତୁ ଲକଡାଉନ୍ ତାଙ୍କ ପାଇଁ ସୁଯୋଗ ଆଣିଲା । ଘରେ ବସିବା ଅପେକ୍ଷା କିଛି କରିବା ଭଲ ଚିନ୍ତା କରି ଘରସଜା ସାମଗ୍ରୀ ତିଆରି ଆରମ୍ଭ କରିଥିଲେ ।

ସ୍ଥାନୀୟ ଅଞ୍ଚଳରେ ଏବେ ଭାଗ୍ୟଶ୍ରୀଙ୍କ ଏ କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ଆଖପାଖ ଲୋକ ବେଶ୍ ଖୁସରେ ଏସବୁ ସାମଗ୍ରୀ କିଣି ନେଉଛନ୍ତି । ଏହାସହ ଅନଲାଇନ ଅର୍ଡରରେ ବି ମିଳୁଛି ଭାଗ୍ୟଶ୍ରୀଙ୍କ ଘରସଜ୍ଜା ସାମଗ୍ରୀ । ବଜାର ଚାହିଦା ଥିବାରୁ ଆଗକୁ ଆହୁରି ଅଧିକ ସାମଗ୍ରୀ ତିଆରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।